ଭିନ୍ନକ୍ଷମ ଯୁବକକୁ ବାହା ହେଲେ ଯୁବତୀ

ଭିନ୍ନକ୍ଷମ ଯୁବକକୁ ବାହା ହେଲେ ଯୁବତୀ

ସମ୍ବଲପୁର : ଜଣେ ଭିନ୍ନକ୍ଷମ ଯୁବକ ଜଗନ୍ନାଥ ପୋଢ଼ଙ୍କୁ ବିବାହ କରି ନିଜ ମହାନତାର ପରିଚୟ ଦେଇଛନ୍ତି କଳ୍ପନା ‌ପୋଢ଼। ଜଗନ୍ନାଥଙ୍କ ଘର ବର୍ଷାପାଲିରେ ହୋଇଥିବା କଳ୍ପନାଙ୍କ ଘର ଦେବଗଡ଼ ଅଂଚଳରେ। ହାତ ନଥିବା ଜଗନ୍ନାଥ ରୋଗଗ୍ରସ୍ତ ଗୋଡ଼ ତାଙ୍କ ସାହାଭରସା। ଗାଧୋଇବାଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁକିଛି ସେ ଗୋଡ଼ ସହାୟତାରେ କରିଥାନ୍ତି। ଗତକାଲି ସମ୍ବଲପୁର ଡିଏସ୍‌ଆର୍ ତଥା ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟ ଯାଇ ବିବାହ ପଂଜୀକରଣ କରାଇଛନ୍ତି। ପଂଜୀକରଣ ସମୟରେ ନିଜ ଗୋଡ଼ ସହାୟତାରେ ସେ ଦସ୍ତଖତ ବି ଦେଇଛନ୍ତି।

publive-image

କଳ୍ପନା ତାଙ୍କ ସ୍ବାମୀଙ୍କୁ ଭଗବାନ ଭଳି ମାନିବା ସହିତ ସେବାକାର୍ଯ୍ୟ କରିଥାନ୍ତି। ଜଗନ୍ନାଥ ଘରେ ରୋଷେଇବାସ କରୁଥିବା ବେଳେ କଳ୍ପନା ପରିବାର ପୋଷଣ ପାଇଁ ଶ୍ରମିକ ଭାବେ କାମ କରିବାକୁ ଯାଇଥାନ୍ତି। ୨୦୧୭ ମସିହାରେ ସେମାନେ ପରସ୍ପରକୁ ଭଲ ପାଇ ବିବାହ କରିଥିବା ବେଳେ ଗତକାଲି ସ୍ବେଚ୍ଛାସବେୀ ସଂଗଠନ ‘ଜ୍ୟୋତି’ର କର୍ମକର୍ତ୍ତା ସହିତ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିବାହ ପଂଜୀକରଣ କରାଇଥିଲେ। ପଂଜୀକରଣ ସମୟରେ ଡ.ପରେଶ ଦାନୀ, କଳ୍ପନା ମିଶ୍ର, ସୁକାନ୍ତ ବହିଦାର, ଆଇନଜୀବୀ ବୋଧରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe