୬୦ ହଜାର ଟଙ୍କାରେ ବିକ୍ରି ଯୁବତୀ ଉଦ୍ଧାର, ୫ ଗିରଫ

Advertisment
୬୦ ହଜାର ଟଙ୍କାରେ ବିକ୍ରି ଯୁବତୀ ଉଦ୍ଧାର, ୫ ଗିରଫ

ସମ୍ବଲପୁର/ବୁର୍ଲା: ବୁର୍ଲା ଥାନା ଅଟ୍ଟାଚକିପଡ଼ାରୁ ଯୁବତୀଙ୍କୁ ଅପହରଣ କରି ୬୦ ହଜାର ଟଙ୍କାରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବୁର୍ଲା ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହ ମଧ୍ୟପ୍ରଦେଶରୁ ଯୁବତୀଙ୍କୁ ଉଦ୍ଧାର କରିଛି। ଏହା ସହିତ ଏଥିରେ ସମ୍ପୃକ୍ତି ଥିବା ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଅଟ୍ଟାଚକିପଡ଼ାର ହରିବୋଲ କୁମ୍ଭାର ଓରପ୍‌ ହରି(୩୭), ସୋନପୁର ବିନିକାର ବୀରେନ୍ଦ୍ର ବାଗ(୩୪), ମଧ୍ୟପ୍ରଦେଶର ସୁନୀଲ ଚୌଧୁରୀ ଓରଫ୍‌ ହରିଜନ(୨୬), କପିଲ ଚୌଧୁରୀ(୨୨) ଓ ବ୍ରଜକିଶୋର ଗୋସ୍ବାମୀ ଓରଫ୍‌ ବ୍ରଜେଶ(୩୩)।

ସୂଚନାଯୋଗ୍ୟ, ଯୁବତୀ(୨୪) ଜଣକ ଗତ ୧୮ ତାରିଖ ଦିନ ଏସ୍‌ଡିଏ ଗ୍ରୁପ୍‌ର ଏକ ସଭାରେ ଭୋଜି ଖାଇବା ପାଇଁ ଇଥିଲେ। କିନ୍ତୁ ଯୁବତୀ ଜଣକ ରାତି ଆଉ ଫେରି ନଥିଲେ। ଗୁରୁବାର ମଧ୍ୟ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଗୁରୁବାର ରାତି ୧୦ ଟା ସମୟରେ ଯୁବତୀ ଜଣକ ଜଣେ ଯୁବକଙ୍କୁ କଲ୍‌ କରି ତାଙ୍କୁ ୬୦ ହଜାର ଟଙ୍କାରେ ଉକ୍ତ ଅଞ୍ଚଳର ଏକ ଦମ୍ପତ୍ତି ମଧ୍ୟପ୍ରଦେଶରେ ବିକ୍ରି କରି ଦେଇଥିବା କହିଥିଲେ। ଏହା ଜାଣିବା ପରେ ୨୦ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗର ୭ ଦିନ ଭିତରେ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe