ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ଦୁଷ୍କର୍ମ ପରେ ଜଙ୍ଗଲରେ ଫିଙ୍ଗିଥିଲେ

Advertisment

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କର ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ପରିବାର ଲୋକ ଆଜି ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି।

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କର ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ପରିବାର ଲୋକ ଆଜି ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି।

rape

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କର ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ପରିବାର ଲୋକ ଆଜି ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା’। ମାମଲାରେ ଜଡ଼ିତ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ବରଗଡ଼ ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି। ବରଗଡ଼ ଏସ୍‌ପିଙ୍କ ତତ୍ତ୍ବାବଧାନରେ ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ୫ଟି ଟିମ୍‌ ଚଢ଼ଉ ଜାରି ରଖିଛି। ଜଣେ ଯୁବକକୁ ପୁଲିସ ଜେରା ମଧ୍ୟ କରୁଛି। ତେବେ ପୂରା ଘଟଣାର ମାଷ୍ଟରମାଇଣ୍ତ ଥିବା ଯୁବକ ଫେରାର୍‌ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମିନାଙ୍କ କହିବାନୁସାରେ, ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ମେଡିକାଲ ରିପୋର୍ଟ ଆସିବା ପରେ ହିଁ ସେ ସଂପର୍କରେ ସ୍ପଷ୍ଟ ହେବ। ଯେଭଳି କ୍ଷତ ସବୁ ହୋଇଛି, ତାହା ଦୁର୍ଘଟଣା କିମ୍ବା ଘୋଷାଡ଼ି ଘୋଷାଡ଼ି ନେଲାବେଳେ ସେମିତି ହୋଇପାରେ। ସଂପୃକ୍ତ ଯୁବକ ଧରାପଡ଼ିବା ପରେ ଏବଂ ଯୁବତୀଙ୍କ ବୟାନ ମିଳିବା ପରେ ହିଁ ସତ ସାମନାକୁ ଆସିବ ବୋଲି ସେ କହିଛନ୍ତି। ଥାନାରେ ପରିବାର ଲୋକ ଯେଉଁ ଏତଲା ଦେଇଛନ୍ତି, ସେଇ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଏସ୍‌ପି କହିଛନ୍ତି। 

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବଛା ବଛା ଅଧିକାରୀମାନେ ଏହି ମାମଲାର ତଦନ୍ତ କରୁଛନ୍ତି। ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ଇନ୍‌ସ୍ପେକ୍ଟରମାନଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ଖୁବଶୀଘ୍ର ଏହି ମାମଲାର ରହସ୍ୟ ପୁଲିସ ଉନ୍ମୋଚନ କରିବ ବୋଲି କହିଛି। ଏସବୁ ଭିତରେ ଯୁବତୀଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ମୁଣ୍ତରୁ ପୁଣି ରକ୍ତସ୍ରାବ ହୋଇଥିଲା। ପରିବାରବର୍ଗ ଡାକ୍ତରଙ୍କୁ ଯୋଗାଯୋଗ କରିବା ପରେ ମୁଣ୍ତରେ ଆଉ ଏକ କ୍ଷତ ସ୍ଥାନ ରହିଥିଲା। ତାହାର ମଧ୍ୟ ଆଜି ଚିକିତ୍ସା କରାଯାଇଥିଲା। ଏତେ ଚିକିତ୍ସା ପରେ ବି କ୍ଷତସ୍ଥାନ ବିଷୟରେ କେମିତି ଡାକ୍ତର ଅବଗତ ନ ଥିଲେ ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାକୁ ନେଇ ବରଗଡ଼ର ବିଭିନ୍ନ ସଂଗଠନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିଖୋଜ ଅଭିଯୋଗ ପାଇବା ପରେ କ’ଣ ପାଇଁ ପୁଲିସ ମାମଲାକୁ ହାଲୁକା ଭାବରେ ନେଇଥିଲା ବୋଲି ପ୍ରଶ୍ନ କରୁଛନ୍ତି। ଏହାର ସତ୍ୟତା ଲୋକଲୋଚନକୁ ଆଣିବାକୁ ସାଧାରଣରେ ଦାବି ହୋଇଛି। 

 ଥାନାରେ ଏତଲା ଦେଲେ ପରିବାର
ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ୫ ଟିମ୍‌
ସାମନାକୁ ଆସିଲା ଫୋନ୍‌ କଲ୍‌ ଅଡିଓ

ଯୁବତୀଙ୍କ ମୋବାଇଲ୍‌ରୁ ଶେଷ ଫୋନ କଲ୍‌ ଜଣେ ଯୁବକ କରିଥିଲେ। ଯାହାର ଅଡିଓ ଏବେ ସାମନାକୁ ଆସିଛି। ଅଡିଓରେ ପରିବାରବର୍ଗଙ୍କୁ ଜଣେ ଯୁବକ ତାଙ୍କ ଝିଅ କୁର୍ଲା ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କହୁଛନ୍ତି। ୧୫ରୁ ୨୦ ଜଣ ଲୋକ ଆସି ଖୋଜାଖୋଜି କରି ଡାକ୍ତରଖାନା ନେବାକୁ ସେ କହୁଛନ୍ତି। ଏହାସହ ଶୀଘ୍ର ନ ଆସିଲେ ଯୁବତୀଙ୍କ କିଛି ବି ହୋଇପାରେ ବୋଲି କହୁଛନ୍ତି। ଏକ ବାଉଁଶବୁଦା ନିକଟରେ ଯୁବତୀ ପଡ଼ିଥିବା କହିବା ସହ ସେ ଆସିବାରୁ ଦୁର୍ବୃତ୍ତମାନେ ଫେରାର ମାରିଥିବା ସେ କହୁଛନ୍ତି। ତେବେ ଏହି ଫୋନ୍‌ କଲ୍‌ଟି କାହାର ଥିଲା, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe