ପ୍ରେମ କରି ନେଇଗଲେ, ଏବେ ଚରିତ୍ରକୁ ସନ୍ଦେହ କରି ଛାଡ଼ିଦେଲେ

Advertisment
୫୫ ପ୍ରତିଶତ ଗର୍ଭବତୀ ରକ୍ତହୀନତାର ଶିକାର

ABC

ସମ୍ବଲପୁର : ସଦର ଥାନା ପୁଲିସ ମଙ୍ଗଳବାର ରାତି ଜଣେ ଯୁବତୀଙ୍କୁ ମାନେଶ୍ବର ମନ୍ଦିର ନିକଟରୁ ଉଦ୍ଧାର କରିଥିଲା। ପଚରା ଉଚରା ପରେ ଯୁବତୀଙ୍କ କାହାଣୀ ପଦାକୁ ଆସିଥିଲା। ଯୁବତୀଙ୍କୁ ବର୍ତ୍ତମାନ ୨୧ ବର୍ଷ। ୩ ବର୍ଷ ତଳେ ସେ ନାବାଳିକା ଥିବା ବେଳେ ଯୁଯୁମୁରା ଝାଙ୍କରପାଲିର ଜଣେ ପୁଅକୁ ପ୍ରେମ କରି ଘର ଛାଡ଼ି ଚାଲିଯାଇଥିଲେ। ବିବାହ ମଧ୍ୟ କଲେ। ସବୁ କିଛି ଠିକ୍‌ ଚାଲିଥିଲା। କିଛି ମାସ ହେବ ତାଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଝଗଡ଼ା ହେବା ପରେ ସେ ଘର ଛାଡ଼ି ମାସେ ତଳେ ତାଙ୍କ ମା’ଙ୍କ ଘରକୁ ଚାଲି ଆସିଥିଲେ।

ତେବେ ସେ ମଙ୍ଗଳବାର ତାଙ୍କ ସ୍ବାମୀଙ୍କ ପାଖକୁ ଯାଉଥିବା ବେଳେ ରାତି ହୋଇଯିବାରୁ ମାନେଶ୍ବର ମନ୍ଦିରରେ ରହିଯିବାକୁ ଚିନ୍ତା କରିଥିଲେ। ତାଙ୍କୁ ଅସହାୟ ଅବସ୍ଥାରେ ଦେଖି କିଛି ଲୋକ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୁଲସ ତାଙ୍କୁ ଉଦ୍ଧାର କରିଥିଲା। ତେବେ ତାଙ୍କ ସ୍ବାମୀ ତାଙ୍କୁ ଆଉ ରଖିବେ ନାହିଁ ବୋଲି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe