IndiaTV News
ସମ୍ବଲପୁର, : ଧନୁପାଲି ଥାନା ଲିମସରିଆନ୍ ନିକଟରେ ରବିବାର ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ାର ସୁମତି ଜେନା। ସେ ପ୍ରେମ କରି ପୁରୀର ଜଣେ ଯୁବକଙ୍କ ସହ ଗତ ମାର୍ଚ୍ଚ ମାସରୁ ଘର ଛାଡ଼ି ଚାଲି ଆସିଥିଲେ। ବିବାହ ବି କରିତିଲେ। ୩ ଦିନ ତଳେ ଲିମସରିଆନ ଠାରେ ଉଭୟ ଏକ ଘର ଭଡ଼ା ନେଇ ରହିଥିଲେ।
ରବିବାର ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ସୁମତି ରଶି ଲଗାଇ ଝୁଲି ପଡ଼ିଥିଲେ। ଘର ମାଲିକ ଏହା ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁମତିଙ୍କୁ ଉଦ୍ଧାର କରିବା ସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
Follow Us