ଉଲୁଣ୍ଡା: ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା, ଏବଂ ଶେଷରେ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଜଣେ ଯୁବକ ଗିରଫ ହେବା ଘଟଣା ଘଟିଛି ଉଲୁଣ୍ଡା ଥାନା ଅଞ୍ଚଳରେ। ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାଞ୍ଚଳର ଜଣେ ଯୁବତୀଙ୍କ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ରାଜୁ ମହାନନ୍ଦଙ୍କ ସହ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ସ୍ଥାପିତ ହୋଇଥିଲା।
କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହେବାରୁ ଇର୍ଷା ପରାୟଣ ହୋଇ ରାଜୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରି ଦେଇଥିଲା। ଏ ନେଇ ଜଣାପଡ଼ିବା ପରେ ଯୁବତୀଙ୍କ ବାପା ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ୍ ରାଜୁକୁ ଅଟକ ରଖି ପଚରାଉଚରା କରିଥିଲା। ଶନିବାର ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଅନିତା କିଡୋ ସୂଚନା ଦେଇଛନ୍ତି।
Follow Us