ଜଙ୍ଗଲକୁ ପ୍ରେମିକକୁ ଡାକି ଝୁଲି ପଡ଼ିଲେ ଯୁବତୀ

ସ୍ବାମୀଙ୍କ ପରକୀୟା ପ୍ରୀତି; ପତ୍ନୀଙ୍କ ଆତ୍ମହତ୍ୟା!

IndiaTV News

ଝାରସୁଗୁଡ଼ା : ‘ମୁଁ ଆଉ ବଞ୍ଚିବିନି, ଆତ୍ମହତ୍ୟା କରିଦେବି ଯାଉଛି’। ପୁରୁଷ ବନ୍ଧୁଙ୍କୁ ଏଭଳି ଏକ ଟେକ୍ସଟ ମେସେଜ୍‌ ଲେଖି ଜଙ୍ଗଲକୁ ଯାଇ ଏକ ଗଛରେ ଦଉଡ଼ିରେ ଫାଶୀ ଲଗାଇ ଝୁଲି ପଡ଼ିଲେ ଜଣେ ୨୩ ବର୍ଷୀୟ ଯୁବତୀ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନାଞ୍ଚଳରେ ଗତ ୧୩ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଯୁବତୀଙ୍କ ମୃତ୍ୟୁରେ ତାଙ୍କ ପ୍ରେମିକଙ୍କ ହାତ ରହିଥିବା ନେଇ ଗାଁରେ ଚର୍ଚ୍ଚା ହେବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ଘଟଣା ସମ୍ପର୍କରେ ଲଖନପୁର ଥାନାଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କୁ ପଚାରିବାରେ, ଏଭଳି ଅଭିଯୋଗକୁ ସ୍ବୀକାର କରିଥିଲେ। ତେବେ ଏହି ଘଟଣାରେ ଯୁବକଙ୍କ କୌଣସି ସମ୍ପୃକ୍ତି ନଥିଲା ବରଂ ଯୁବକ ଜଣଙ୍କ ନିଜେ ପ୍ରେମିକାକୁ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ନେବାରେ ସହାୟତା କରିଥିବା ଶ୍ରୀମତୀ ଜେନା କହିଛନ୍ତି। ପୁଲିସ ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ଉଭୟେ ଭିନ୍ନ ଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ଲୋକେ କାଳେ ବିବାହକୁ ବିରୋଧ କରିଥିଲେ। ପ୍ରେମୀଯୁଗଳ ଘର ଛାଡ଼ି ଫେରାର୍‌ ହେବାକୁ ବି ଯୋଜନା କରିଥିଲେ। ଏହି ଘଟଣାକୁ ନେଇ ଗତ ୧୩ ତାରିଖରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଜଙ୍ଗଲକୁ ଡାକିବା ସହ ଗଛରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe