ଜମିବାଡ଼ି ଓ ଟଙ୍କାପଇସାକୁ କେନ୍ଦ୍ର କରି ବଡ଼ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଲା ସାନଭାଇ

Advertisment

ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣା : ପଡ଼ିବା ପୂର୍ବରୁ ବିଷ ପିଇଥିଲେ!

image source-indiatoday

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇ ବଡ଼ଭାଇର ପରିବାରକୁ ଟାଙ୍ଗିଆରେ ନୃଶଂସ ଭାବେ ହାଣି ନିପାତ କରିଛି।
ଘଟଣାରୁ ପ୍ରକାଶ ଯେ ଜମିବାଡ଼ିକୁ କେନ୍ଦ୍ର କରି ସାନଭାଇ କାଳି ମୁଣ୍ଡା (୨୨) ବଡ଼ଭାଇ କାଣ୍ଡେ ମୁଣ୍ଡା(୩୦),ତାଙ୍କ ସ୍ତ୍ରୀ ସିମୁଳି ମୁଣ୍ଡା(୨୫) ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା(୭) ଏବଂ ମାରା ମୁଣ୍ଡା (୫)। କାଳି ମୁଣ୍ଡା ଓ ତାଙ୍କ ବଡ଼ଭାଇ କାଣ୍ଡେ ମୁଣ୍ଡାଙ୍କ ମଧ୍ୟରେ ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ପୂର୍ବରୁ ଗଣ୍ଡଗୋଳ ହେଉଥିଲା । ତେବେ ଗତକାଲି ରାତିରେ କାଳୀ ମୁଣ୍ଡା ଓ କାଣ୍ଡେଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାଳୀ ମୁଣ୍ଡା ପ୍ରଥମେ କାଣ୍ଡେ ମୁଣ୍ଡାଙ୍କୁ ଟାଙ୍ଗିଆରେ ବେକ ଓ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ତା’ଭାଉଜ ଓ ତାଙ୍କ ପୁଅ ଓ ଝିଅକୁ ବେକରେ ଟାଙ୍ଗିଆ ଚୋଟ ପକାଇ ହତ୍ୟା କରିଥିଲା। ଏହି ଘଟଣା ପରେ ଆଜି ସକାଳେ ବଣାଇଁ ଥାନାରେ କାଳୀ ମୁଣ୍ଡା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଆଜି ସକାଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ବଣାଇଁ ଥାନା ଏଏସଆଇ ବ୍ରଜ କିଶୋର ଦାସ ପହଞ୍ଚି ମୃତଦେହ ଜବତ କରିଥିଲେ। ଏହି ଘଟଣାରେ କାଳୀ ମୁଣ୍ଡାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏବେ ଅଧିକ ତଦନ୍ତ ଚାଲିଥିବା ନେଇ ଏଏସଆଇ ବ୍ରଜ କିଶୋର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe