ବଡ଼ଭାଇଙ୍କ ପରିବାରର ୫ଜଣକୁ ହତ୍ୟା କଲା ସାନଭାଇ: ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ବଡ଼ଭାଇଙ୍କ ପରିବାରର ୫ଜଣକୁ ହତ୍ୟା କଲା ସାନଭାଇ: ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ। ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ବଡ଼ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଛନ୍ତି ସାନଭାଇ। ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତ ସାନଭାଇ ଆତ୍ମସମର୍ପଣ କରିଛନ୍ତି।

publive-image
ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପାଖାପାଖି ୧୨ଟା ସମୟରେ କୁସୁପୁରର ଶିବ ପ୍ରସାଦ ସାହୁ (୪୪) ତାଙ୍କର ବଡ଼ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ଭିତରେ ଅଲେଖ ସାହୁ, ତାଙ୍କ ସ୍ତ୍ରୀ, ୧୮ ବର୍ଷର ଝିଅ ଓ ଦୁଇ ନାବାଳକ ଥିବା ଜଣାଯାଇଛି।

ଏହାପରେ ସେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯିବା ପୂର୍ବରୁ ଏକ ଭିଡିଓ ଜରିଆରେ ଏକଥାକୁ ସ୍ବୀକାର କରିବା ସହ କହିଛନ୍ତି, ବଡ଼ଭାଇ ଓ ତାଙ୍କ ପରିବାର ତାଙ୍କୁ ଗତକାଲି ପିଟିଥିଲେ। ଏଥିରେ ମୁଁ ନିଜର ମାନସିକ ଭାରସାମ୍ୟ ହରାଇ ବଡ଼ଭାଇ ପରିବାରର ୫ ଜଣଙ୍କୁ ଜୀବନରୁ ମାରିଦେଇଛି। ବଡ଼ଭାଇ, ଭାଉଜ, ଗୋଟିଏ ଝିଆରୀ ଓ ଦୁଇ ପୁତୁରାଙ୍କୁ ହତ୍ୟା କରିଛି। ବଡ଼ଭାଇ ପୈତୃକ ସମ୍ପତ୍ତି ଦେଲା ନାହିଁ, ମାନସିକ ନିର୍ଯାତନାର ଶିକାର ହେବା ସହିତ ଭଡ଼ାଘରେ ରହୁଥିଲି। ଶେଷରେ ସମସ୍ତଙ୍କୁ ମାରିଦେଇଛି। ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଛି। ଆଇନ ଯାହା ଦଣ୍ଡ ଦେବ, ତାହାକୁ ଗ୍ରହଣ କରିବି।

ହତ୍ୟା କରି ଘରେ ତାଲା ପକାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି ଶିବ ସାହୁ। ଅଭିଯୁକ୍ତ ପୂର୍ବରୁ ବଡ଼ଭାଇଙ୍କ ସହ ତାଙ୍କର ପାରିବାରିକ କଳହ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe