ପାରାଦୀପ: ନକଲି କୋଭିଡ୍ ସାର୍ଟିଫିକେଟ୍ ଯୋଗାଇ ଗିରଫ ହେଲେ ଯୁବକ, ବ୍ୟବହୃତ କମ୍ପ୍ୟୁଟର ଓ ଲାପଟପ୍ ଜବତ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ପାରାଦୀପ: ପଇସା ଦେଲେ ମିଳିବ କୋଭିଡ ନେଗେଟିଭ୍ ସାର୍ଟିଫିକେଟ୍। ଏ କଥା ଆମେ କହୁନୁ, ଯାହାର ପର୍ଦ୍ଦାଫାସ କରିଛି ପୁଲିସ। ପାରାଦୀପ ଅଭୟଚାନ୍ଦପୁର୍ ଥାନା ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ଅଭିଯୁକ୍ତ ଡାଳିମ୍ବପୁରର କାଳିନ୍ଦୀ ତରାଇଙ୍କ ଘଟଣା ଏହି କଥାକୁ ସ୍ପଷ୍ଟ ପ୍ରମାଣିତ କରିଛି।

publive-image

ଭାରତୀୟ ତୈଳ ବିଶୋଧନାଗାରକୁ ଶ୍ରମିକମାନେ ଡିଉଟି କରିବା ପାଇଁ ଯିବାକୁ ହେଲେ କୋଭିଡ ନେଗେଟିଭ୍ ସାର୍ଟିଫିକେଟର ଆବଶ୍ୟକତା ହେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ହେବ ଏହାର ବେଶ୍ ଫାଇଦା ଉଠାଇ ଚାଲିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରି ବ୍ୟବହୃତ କମ୍ପ୍ୟୁଟର ଲାପଟପ ଜବତ୍ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ୩୦ ଟଙ୍କାରେ ଶ୍ରମିକମାନଙ୍କୁ କୋଭିଡ ନେଗେଟିଭ୍ ସାର୍ଟିଫିକେଟ୍ ଦେଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe