ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ନିଜ ହାତକୁ ବ୍ଲେଡରେ କାଟିବା ସହିତ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ନିଜ ହାତକୁ ବ୍ଲେଡରେ କାଟିବା ସହିତ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ

image source-public.app

ଖଇରା: ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଚୂନନଟି ଗ୍ରାମରେ। ଘଟଣାରୁ ପ୍ରକାଶ ଚୂନନଟି ଗ୍ରାମର ଚକ୍ରଧର ଶତପଥୀଙ୍କ ୨୫ ବର୍ଷିୟ ପୁଅ ମୋହନ ଶତପଥୀ ଗତକାଲି ବିଳମ୍ବିତ ରାତିରେ ନିଜ ଶୋଇବା ଘରେ ନିଜ ହାତକୁ ବ୍ଲେଡରେ କାଟିବା ସହିତ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ।

ଆଜି ସକାଳେ ପରିବାର ଲୋକେ ମୋହନକୁ ଡାକିଥିଲେ। ହେଲେ ସେ କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ମୋହନ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରେ ମୃତଦେହକୁ ଖଇରା ମେଡିକାଲକୁ ଆଣି ଖଇରା ପୁଲିସକୁ ଖବର ଦେଇଥିଲେ। ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe