ଘରୁକୁ ଫେରୁଥିବା ସମୟରେ କୁଆପଥର ମାଡ଼ରେ ଯୁବକ ମୃତ

Advertisment
ମୃତ ନବଜାତକୁ ଝୁଣି ଖାଇଲା କୁକୁର

Photo: LatestLY

ରାୟଗଡ଼ା: କୁଆପଥର ମାଡ଼ରେ ଯୁବକ ମୃତ। ମୃତ ଯୁବକ ହେଲେ ଚିତା ମାଝି (୪୫)। ଚିତାଙ୍କ ଘର କାଶୀପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତର କବାସିଲ ଗ୍ରାମରେ। ଆଜି ସକାଳେ କାଶୀପୁର ପୁଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ଚିତା ଗତକାଲି କସନାଦୋରା ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଚିତା ମାଝି ସନ୍ଧ୍ୟାରେ ନିଜ ଘରୁକୁ ଫେରୁଥିବା ସମୟରେ ବର୍ଷା ହୋଇଥିଲା। ସମୟକ୍ରମେ ବର୍ଷା ବଢିବା ସହ କୁଆ ପଥର ମାଡ଼ ହେବା ଯୋଗୁ ଚିତା ଅସୁସ୍ଥ ହୋଇ ପଡ଼ିଥିଲା। ରାତି ତମାମ ଗୁରୁତର ଅବସ୍ଥାରେ ଚିତା ପଡ଼ି ରହିବା ଯୋଗୁ ଚାନ୍ଦଗିରି ନିକଟରେ ମୃତ୍ୟୁ ହୋଇଥିଲା। ଆଜି ସକାଳେ ଗାଈ ଚରାଳି ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe