ଆସନ୍ତାକାଲି ତୁମ ମନ୍ତ୍ରୀ ଆସିବେ, ତାଙ୍କୁ ଏମ୍‌ଏସ୍‌ପି ବଢ଼ାଇବାକୁ କୁହ

Advertisment
କେବଳ ଦରଖାସ୍ତ କରିଦେଲେ ଶିଳ୍ପ ସଂସ୍ଥା ଉତ୍ପାଦନ କରିପାରିବେ ନାହିଁ

The Statesman

ଭୁବନେଶ୍ବର : ଶନିବାର ଦିନ ଗୃହରେ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବାବେଳେ ବିଜେପି ବିଧାୟକମାନେ ଧାନର ଏମ୍‌ଏସ୍‌ପି ବୃଦ୍ଧି ଦାବି କରି ଗୃହରେ ଧାରଣା ଦେଇଥିଲେ। କୃଷି ମନ୍ତ୍ରୀଙ୍କ ବଦଳରେ ମୁଲତବୀ ପ୍ରସ୍ତାବର ଉତ୍ତର ଦେବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବିଜେପି ବିଧାୟକମାନଙ୍କୁ ଇଙ୍ଗିତ କରି କହିଥିଲେ ଯେ, ଆସନ୍ତାକାଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆସୁଛନ୍ତି, ତୁମେ ତାଙ୍କ ପାଖରେ ବସି ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୩୩୦୦ଟଙ୍କା କରିବାକୁ ଦାବି କର। ଏହା ଶୁଣି ଜଣେ ବି‌ଜେପି ବିଧାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଏମ୍‌ଏସ୍‌ପି ଉପରେ ୧୦୦ଟଙ୍କା ବୋନସ୍‌ ଦେବେ ବୋଲି ଘୋଷଣା କରିଥିଲେ, ତାକୁ ଆଗ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe