ଭାଉଜ ଓ ମାଇଁଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଯୁବକ ଗିରଫ

Advertisment
ଭାଉଜ ଓ ମାଇଁଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଯୁବକ ଗିରଫ

ଥୁଆପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ତାଲମେଣ୍ଡା ପଞ୍ଚାୟତର ଦେକୁଳବା ଗ୍ରାମରେ ଭାଉଜ ଓ ମାଇଁଙ୍କୁ ଟାଙ୍ଗିଆରେ ଆକ୍ରମଣ ଘଟଣାରେ ପୁଲିସ୍‌ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପର୍ଶୁରାମ ଭୁଏ।

ସେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ତାଙ୍କ ଭାଉଜ ଏବଂ ମାଇଁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ସେମାନଙ୍କ ମୁଣ୍ଡ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଉଭୟ ଗୁରୁତରଙ୍କୁ ପ୍ରଥମେ ଭେଡ଼େନ ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣାରେ ପର୍ଶୁରାମଙ୍କ ବାପା ମୋହନ ସିଂ ଭୁଏଙ୍କ ଅଭିଯୋଗକ୍ରମେ ଭେଡ଼େନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଭେଡ଼େନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏସ୍‌ଆଇ ଦୟାନିଧି ପାତ୍ର ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe