ଗାଳିଗୁଲଜ କରି ଯୁବକ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ପୁରୀ : ପୂର୍ବ ବିବାଦକୁ କେନ୍ଦ୍ରକରି ଗାଳିଗୁଲଜ ଓ ଭୟଭୀତ କରିବା ଅଭିଯୋଗରେ ବାସେଳିସାହି ଥାନା ପୁଲିସ ଗୌଡ଼ବାଡ଼ ସାହି ସୁନା ଗୋସେଇଁ ମଠ ନିକଟର ସୋମୁ ଓରଫ କାଶୀନାଥ ପ୍ରତିହାରୀ (୨୨)କୁ ଗିରଫ କରିଛି। ପୁଲିସର ସୂଚନା ମୁତାବକ, ବାସେଳିସାହି ପଣାପ୍ରିୟା ଲେନ୍‌ର ସନ୍ତୋଷ କୁମାର ମହାନ୍ତି ଓ ସୋମୁଙ୍କ ମଧ୍ୟରେ ସୋସିଆଲ ମିଡିଆରେ କୌଣସି ଏକ କଥାକୁ କେନ୍ଦ୍ର କରି ବିବାଦ ଚାଲିଥିଲା। ଗତକାଲି ମଣିକର୍ଣ୍ଣିକାସାହି ଦେଇ ସନ୍ତୋଷ ଯାଉଥିବା ବେଳେ ସୋମୁ ଗାଳିଗୁଲଜ କରିଥିଲା। ଏନେଇ ସନ୍ତୋଷ ଅଭିଯୋଗ କରିବାରୁ ୩ ଘଣ୍ଟା ମଧ୍ୟରେ ପୁଲିସ ସୋମୁକୁ ଗିରଫ କରିଛି।

ଛୁରି ଦେଖାଇ ଦାଦାବଟି ସଂଗ୍ରହ, ଜଣେ ଗିରଫ
ପୁରୀ : ପର୍ଯ୍ୟଟକଙ୍କ ଗାଡ଼ି ଅଟକାଇ ଛୁରି ଦେଖାଇ ଦାଦାବଟି ଆଦାୟ ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ବଳିଆପଣ୍ଡାର ଶଙ୍କର ରାଉତ (୨୭)କୁ ଗିରଫ କରିଛି। ବଳିଆପଣ୍ଡା ଥାନା ପକ୍ଷରୁ ପାଟ୍ରୋଲିଂ ବେଳେ ବିର୍‌ଲା ଗେଷ୍ଟହାଉସ୍‌ ନିକଟରେ ଦାଦାବଟି ଆଦାୟ କରୁଥିବା ଶଙ୍କରକୁ ପୁଲିସ କାବୁ କରିଥିଲା। ତେବେ ବଟି ଆଦାୟରେ ସମ୍ପୃକ୍ତ ଶଙ୍କରର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଖସି ଯାଇଛି। ଶଙ୍କରଠାରୁ ଛୁରି ଓ ଟଙ୍କା ଜବତ ପରେ ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe