ନାବାଳିକାଙ୍କୁ କାର୍‌ରେ ରଖି ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ପୋଡ଼ାଗଡ଼ ପରେ ଜିଲ୍ଲା ସଦର ମହକୁମା କୋରାପୁଟ ସହରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ସହରର ଜଣେ ନାବାଳିକାକୁ ପୂଜାରୀପୁଟ ବେବର୍ତ୍ତା କଲୋନିର ଯୁବକ ଦୁଷ୍କର୍ମ କରିଛନ୍ତି....

Youth arrested for allegedly molesting minor girl by leaving her in car

Youth arrested for allegedly molesting minor girl by leaving her in car Photograph: (sambad.in)

କୋରାପୁଟ: ପୋଡ଼ାଗଡ଼ ପରେ ଜିଲ୍ଲା ସଦର ମହକୁମା କୋରାପୁଟ ସହରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ସହରର  ଜଣେ ନାବାଳିକାକୁ ପୂଜାରୀପୁଟ ବେବର୍ତ୍ତା କଲୋନିର  ସୁଶିଳ ହରୀଜନ(୨୦)  ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ପରିବାର ଲୋକେ ଟାଉନ ଥାନାରେ ଏତଲା ଦେଇଥିଲେ।

ଏତଲାରେ ଦର୍ଶାଯାଇଥିଲା ଯେ,  ଗତ ୨୬ ତାରିଖ ସନ୍ଧ୍ୟାରୁ ନାବାଳିକା ନିଖୋଜ ଥିଲେ। ରବିବାର ସେ ଘରକୁ ଫେରି ସୁଶିଳ ହରୀଜନ ନାମକ ଜଣେ ଯୁବକ ତାକୁ ଅପହରଣ କରି ଗୌତମ ନଗର ନିକଟରେ ଥିବା ଏକ ଶିବ ମନ୍ଦିର ନିକଟରେ କାର୍‌ରେ ରଖି ଦୁଷ୍କର୍ମ କରିଥିବା କହିଥିଲେ।

ଏନେଇ ରବିବାର ପୀଡ଼ିତାଙ୍କର ପରିବାର ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିଲା। ଟାଉନ ଥାନାରେ କେସ ନଂ ୧୫୮/୨୫ ରେ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳକୁ ଯାଇ କାର୍ ରହିଥିବା ସ୍ଥାନ ଏବଂ କାର୍‌କୁ  ତଦନ୍ତ କରିଥିବାର ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି ।  

ଟାଉନ ଥାନା ପୁଲିସ ଦୁଷ୍କର୍ମରେ ବ୍ୟବହାର ହୋଇଥିବା କାର୍‌କୁ ଜବତ କରିବା ସହ  ସୁଶିଳ ହରୀଜନକୁ ଗିରଫ କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ। ସୁଶିଳକୁ ଗିରଫ କରି ଜୟପୁର କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି । ଏହି ମାମଲାରେ ଏସଆଇ ରନଜିତ ମିଶ୍ର ତଦନ୍ତ କାରୀ ଅଧିକାରୀ ଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Koraput | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe