ପ୍ରାଣାନ୍ତକ ଆକ୍ରମଣ କରି ଯୁବକ ଗିରଫ

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭବାନୀପାଟଣା : ଭବାନୀପାଟଣା ସହରସ୍ଥିତ ସୀତାବୋରଡ଼ି ପଡ଼ାର ଜଣେ ଯୁବକ ପ୍ରାଣାନ୍ତକ ଆକ୍ରମଣ କରି ଗିରଫ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ସୀତାବୋରଡ଼ି ପଡ଼ାର ଗୁପ୍ତେଶ୍ବର ରାଉତ (୨୬ ବର୍ଷ) ଅର୍କାବାହାଲି ପଡ଼ାର ଅର୍ଜନ ଦୀପଙ୍କ ନିକଟରେ କାମ କରୁଥିଲା। ଗୁପ୍ତେଶ୍ବର ପାରିଶ୍ରମିକ ଟଙ୍କା ବାରମ୍ବାର ଅର୍ଜୁନକୁ ମାଗୁଥିଲା। କିନ୍ତୁ ଅର୍ଜୁନ କହିଥିଲା କି ମୁଁ ମୋ ଭାଇ ପବିତ୍ରକୁ ଟଙ୍କା ଦେଇଛି, ତା ଠାରୁ ନେଇଯାଅ। ଇତିମଧ୍ୟରେ ଅର୍ଜୁନଙ୍କ ଘର ପାଖକୁ ଗୁପ୍ତେଶ୍ବର ଆସି ଛୁରିରେ ଆକ୍ରମଣ କରୁଥିବା ସମୟରେ ପବିତ୍ରଙ୍କ ଦେହରେ ଆଘାତ ଲାଗିଥିଲ। ଗୁରୁତର ଅବସ୍ଥାରେ ପବିତ୍ର ଦୀପ (୨୬ ବର୍ଷ)ଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏନେଇ ଟାଉନ୍‌ ଥାନାରେ ଅଭିଯୋଗ ହେବାପରେ ପୁଲିସ ଗୁପ୍ତେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍‌ ଏସ୍‌ଡିପିଓ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe