ମହିଳାଙ୍କୁ ମାଡ଼ମାରି ଯୁବକ ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ଚଣ୍ଡିଖୋଲ: ଜଣେ ବିବାହିତା ମହିଳାଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ପଟ୍ଟାମୁଣ୍ଡାଇ ଥାନା ମଦନପୁରରୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ବଡ଼ଚଣା ଥାନା ଚଣ୍ଡିଖୋଲ ଫାଣ୍ଡି କୁନ୍ଦଳ ଗ୍ରାମର ସଞ୍ଜୟ ନାୟକ (୨୫)। କୁନ୍ଦଳ ଗ୍ରାମର ମଧୁସ୍ମିତା ନାୟକଙ୍କୁ ସେ ଗତ ଜୁଲାଇ ୩୧ ତାରିଖ ଦିନ ଗାଳିଗୁଲଜ କରି ମାଡ଼ ମାରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ୨୨୪/୨୨ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥଲା।

ଅଭିଯୁକ୍ତ ସଞ୍ଜୟ ଗିରଫ ଭୟରେ ମଦନପୁର ଗ୍ରାମର ଜଣେ ସାଙ୍ଗ ଘରେ ରହୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଫାଣ୍ଡି ଅଧିକାରୀ ଚିତ୍ତ ରଞ୍ଜନ ଜେନା ଗତକାଲି ରାତିରେ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe