ବାଇକ୍‌ ଚୋରି ଅଭିଯୋଗରେ ଯୁବକ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ପୁରୀ : ମୋଟର ସାଇକେଲ୍‌ ଚୋରି ଅଭିଯୋଗରେ ଟାଉନ୍‌ ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବଗଡ଼ ବାଲିପୋଷିର ସଚିନ ସାହୁ (୨୫)। ତା’ଠାରୁ ଦୁଇଟି ଚୋରି ବାଇକ୍‌ (ଓଡି-୦୫-୮୮୪୨) ଓ (ଓଡି-୦୨ୱାଇ-୨୪୦୨) ଜବତ କରାଯାଇଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ, ଗତ ୨ ତାରିଖରେ ମାର୍କେଟ ଛକ ପୋଖରିଆସାହିର କିଶୋର ସାହୁଙ୍କ ଘର ସାମ୍ନାରେ ତାଙ୍କର ବାଇକ୍‌ ପାର୍କିଂ ହୋଇଥିଲା। ଘର ସାମ୍ନାରୁ ମୋଟର ସାଇକେଲ୍‌ ଚୋରି ପରେ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଥ‌ିଲେ। ଗତ ୧୩ ତାରିଖରେ ମଧ୍ୟ ଅଭିଯୁକ୍ତ ନିରଂଜନ ପ୍ରଧାନଙ୍କ ବାଇକ୍‌ ଟାଉନ୍‌ ହଲ୍‌ ସମ୍ମୁଖ ପାର୍କିଂ ଅଞ୍ଚଳରୁ ଚୋରି କରି ନେଇଥିଲା। ତଦନ୍ତ ବେଳେ ଟାଉନ ଥାନା ପୁଲିସ୍‌ ଆଜି ସକାଳେ ସଚିନକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe