ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଯୁବକ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଇବ୍‌ଥର୍ମାଲ : ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ବୁଧବାର ବନହରପାଲି ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ବନ୍ଧବାହାଲର ମାଂସ ଦୋକାନୀ ଏମ୍‌ଡି ସାହାଜାଦଙ୍କୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ତେବେ ଗୁରୁବାର ବନ୍ଧବାହାଲ କର୍ପାବାହାଲ ରାସ୍ତା କଡ଼ରେ ଥିବା ସମସ୍ତ ମାଂସ ଦୋକାନ ଓ ଜବରଦଖଲ ଉଚ୍ଛେଦ ଦାବିରେ ବନ୍ଧବାହାଲରେ ଜନସାଧାରଣଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ବନ୍ଧବାହଲ ସ୍ଵାଧୀନ କମ୍ପ୍ଲେକ୍ସ ନିକଟସ୍ଥ ଛକ ନିକଟରେ ଟାୟାର ଜାଲି ଶତାଧିକ ସଂଖ୍ୟାରେ ଲୋକ ସକାଳ ୭ଟାରୁ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳକୁ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା, ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ଵର ଭୋଇ, ଝାରସୁଗୁଡ଼ା ଏସ୍‌ଡିପିଓ ନିର୍ମଳ ମାହାପାତ୍ର, ବନ୍ଧ ବାହାଲ ଫାଣ୍ଡି ଅଧିକାରୀ ରବିଶଙ୍କର ଭଏଁସା ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପୁଲିସ ଫୋର୍ସ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବା ସହ ରାସ୍ତା ଅବରୋଧ ହଟାଇ ଥିଲେ।

ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ବିଧିବ୍ୟବସ୍ଥା ଅନୁଯାୟୀ ସମସ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ଦିନ ୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏ ସଂପର୍କରେ ଆନ୍ଦୋଳନର ନେତୃତ୍ଵ ନେଉଥିବା ସାମଲ ନାୟକ କହିଲେ ପୂର୍ବରୁ ଜବରଦଖଲ ଉଚ୍ଛେଦ ପାଇଁ ଆମେ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଛୁ ମାତ୍ର ନୋଟିସ ଦେଇ ତାକୁ କାର୍ଯ୍ୟକାରୀ କରାଯାଉନି। ଆଶା ଜିଲ୍ଲା ପ୍ରଶାସନ ଏଥର ଗୁରୁତ୍ଵର ସହ ପ୍ରତିଶୃତିକୁ ପାଳନ କରିବେ। ବନ୍ଧବାହାଲରେ ନିର୍ଦ୍ଦିଷ୍ଟ କେତେ ଜଣ ବ୍ୟକ୍ତିଙ୍କ ପାଇଁ ବାରମ୍ଵାର ଶାନ୍ତି ଭଙ୍ଗ ହେଉଛି ଏଥିପ୍ରତି ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଅନୁ‌ରୋଧ କରାଯାଇଛି। ସୁବ୍ରତ ପ୍ରଧାନ, ଅଖିଲ ସ୍ଵାଇଁ, ସାଲେଗ୍ରାମ ନାୟକ, ସୁବାସରାୟ ସଂଜୁଲତା ସେଟ୍, ସବିତା ଚୋବେ, ରୀନା ସେଟ୍ ଓ ଅମିତ ସିଂହ ପ୍ରମୁଖ ନେତୃବର୍ଗ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଥିଲେ।

ଅପରାହ୍‌ଣରେ ଏସ୍‌ପି ରାହୁଲ ଜୈନ ବନ୍ଧବାହାଲ ଆସି ପରିସ୍ଥିତି ସମୀକ୍ଷା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ଫେରିଥିଲେ। ସନ୍ଧ୍ୟାରେ ପୁଲିସ ଫୋର୍ସ ମାର୍ଚ୍ଚ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe