ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଚିହ୍ନଟ ହୋଇଛି ଅଭିଯୁକ୍ତ। ଛାତ୍ରୀଙ୍କୁ ପଚରାଉଚୁରା ପରେ ଆଜି ଅଭିଯୁକ୍ତ କୃଷ୍ଣ ବାଘକୁ ପୁଲିସ ଗିରଫ କରିଛି। ଗତ ୪ତାରିଖ ଦିନ ଛାତ୍ରୀ ଜଣକ ଗର୍ଭବତୀ ଥିବା ନେଇ ସନ୍ଦେହ କରାଯାଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗତକାଲି ପୁଣି ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ। ଏହି ରିପୋର୍ଟରେ ସେ ୭ମାସର ଗର୍ଭବତୀ ଥିବା ସ୍ପଷ୍ଟ ହେବାରୁ ଘଟଣା ପଦାକୁ ଆସିଥିଲା। ବହୁ ସମୟ ଧରି ପଚରାଉଚୁରା ପରେ ଛାତ୍ରୀ ଜଣକ ସତ କହି ଦେଇଥିଲେ। କୃଷ୍ଣ ବାଘ ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ଏହି ଯୁବକଙ୍କ ଦ୍ବାରା ହିଁ ସେ ଗର୍ଭବତୀ ହୋଇଥିବା ସ୍ବୀକାର କରିଥିଲେ। ଡାକ୍ତରୀ ମାଇନା ପରେ ଅଭିଯୁକ୍ତ କୃଷ୍ଣକୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଆଶ୍ରମ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୁଲିସ
Advertisment
Follow Us