ଫେସବୁକରେ ଅତିରିକ୍ତ ଜିଲ୍ଲାପାଳଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଯୁବକ ଗିରଫ

ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଏବଂ କିଛି ଅଧିକାରୀଙ୍କ ବିରୋଧରେ ଦୀର୍ଘମାସ ହେଲା କ୍ରମାଗତ ଭାବରେ ଜଣେ ଯୁବକ ଆଶାଳୀନ ମନ୍ତବ୍ୟ,ମର୍ଯ୍ୟାଦା ହାନୀକାରକ,ମାନହାନୀ ଏବଂ ଅବାନ୍ତର ଅଭିଯୋଗ ଓ ଚରିତ୍ର ସଂହାର କରି ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରୁଥିଲେ...

Youth arrested for making offensive posts against Additional District Magistrate on social media

Youth arrested for making offensive posts against Additional District Magistrate on social media

ରାୟଗଡା: ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଏବଂ କିଛି ଅଧିକାରୀଙ୍କ ବିରୋଧରେ ଦୀର୍ଘମାସ ହେଲା କ୍ରମାଗତ ଭାବରେ  ଜଣେ ଯୁବକ  ଆଶାଳୀନ ମନ୍ତବ୍ୟ,ମର୍ଯ୍ୟାଦା ହାନୀକାରକ,ମାନହାନୀ ଏବଂ ଅବାନ୍ତର ଅଭିଯୋଗ ଓ ଚରିତ୍ର ସଂହାର କରି ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରୁଥିଲେ ।

ଏନେଇ ଏଡିଏମ ଶ୍ରୀ କହଁର  ଜିଲ୍ଲାପାଳ ଓ ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କୁ  ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ପରାମର୍ଶକ୍ରମ‌େ ଅତିରୀକ୍ତ ଜିଲ୍ଲାପାଳ ଶ୍ରୀ କହଁର ରାୟଗଡା ଥାନାରେ ଉକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ  କରିବା ପରେ ଅଭିଯୋଗକୁ ଭିତ୍ତି କରି ରାୟଗଡା ପୁଲିସ ଆଜି ଅଭିଯୁକ୍ତ ଯୁବକ ଦୀପକ ପାଢ଼ୀଙ୍କୁ ଗିରଫ କରିଥିବା ଜଣାପଡିଛି ।

ପୁଲିସ ଅଭିଯୁକ୍ତ ଦୀପକଙ୍କୁ ଭାରତୀୟ ନ୍ୟାୟ ସଂହିତା ଧାରାରେ ୨୯୬/୩୫୧(୨)(୩)୩୫୬(୨)/୭୮/୭୯ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନର ୬୭-ଏ ଏବଂ ଏଟ୍ରୋସିଟି  ୧୯୮୯ ଆଇନର ଧାରା ୩(୧)(ଆର)/(ଏସ)/୩(୨)(ଭିଏ)ରେ ପୁଲିସ ଗିରଫ କରିଛି । ଏଡିଏମ ଶ୍ରୀ କହଁ‌ର ଫେସବୁକରେ  ପୋଷ୍ଟ କରିଥିବା ଆପତ୍ତିଜନକ ପୋଷ୍ଟ ଗୁଡିକୁ ତୁରନ୍ତ ହଟାଇବା ପାଇଁ ମେଟା କମ୍ପାନିକୁ କହିବା ପାଇଁ ରାୟଗଡା ଆଇଆଇସିଙ୍କୁ ଲିଖିତ ଭାବ‌ରେ ସୂଚନା ଦେଇଛନ୍ତି ।

ଦୀପକ ପାଢ଼ୀ କିଛି ମାସ ହେଲା କ୍ରମାଗତ ଭାବରେ ତତ୍କାଳୀନ ଜିଲ୍ଲାପାଳ ପାରୁଲ ପଟାୱରୀ,ଏଡିଏମ ଏବଂ କିଛି ମହିଳା କର୍ମଚାରୀ ଏବଂ ଅଧିକାରୀଙ୍କ ଫୋଟ ଫେସବୁକରେ ପୋଷ୍ଟ କରି ଆପତ୍ତିଜନକ ଭାଷା ବ୍ୟବହାର କରୁଥିଲେ । ଏନେଇ ଅତିରୀକ୍ତ ଜିଲ୍ଲାପାଳଙ୍କ କିଛି ସହଯୋଗୀ ଏବଂ ଶୁଭେଛୁ ମାନେ ତାଙ୍କୁ ଅବଗତ କରି ତୁରନ୍ତ ଥାନାରେ ଯୁବକଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏପରିକି ଅଭିଯୁକ୍ତ ଯୁବକ ଦୀପକ କିଛି ମହିଳା କର୍ମଚାରୀ ଏବଂ ଅଧିକାରୀଙ୍କ ଫୋଟ ଏଡିଏମ ଶ୍ରୀ କହଁରଙ୍କ ସହ ଯୋଡି ଆଶାଳୀନ ଏବଂ ଆପତ୍ତିଜନକ ଭା‌ଷାରେ ମଧ୍ୟ ଲେଖିଥିବା ଏବଂ ଏହା ଦ୍ବାରା ମହିଳା କର୍ମଚାରୀଙ୍କ ସମ୍ମାନହାନୀ ହେଉଥିବା କଥା ଏଡିଏମ ଶ୍ରୀ କହଁର ପୁଲିସକୁ ଦେଇଥିବା ଏଫଆଇଆର ରେ ଉଲ୍ଲେଖ କରିଛନ୍ତି । 

ସୂଚନାଯୋଗ୍ୟ, ଅଭିଯୁକ୍ତ ଦୀପକ ପାଢ଼ୀ ପୂର୍ବରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ କଣ୍ଟ୍ରାକ୍ଟଚୁଆଲ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ କାର୍ଯ୍ୟାଳୟରେ ବିଶୃଂଖଳା ଆଚରଣ ଅଭିଯୋଗ ଆସିବା ପରେ ତତ୍କାଳୀନ ଜିଲ୍ଳାପାଳ ଶ୍ରୀମତୀ ପଟାୱରୀ ନିର୍ଦ୍ଦେଶ ଦେଇ ଦୀପକଙ୍କୁ ଚାକିରୀରୁ ବାହାର କରିଦେଇଥିଲେ ।  ପୁଲିସ ଏହି ଘଟଣାରେ କିଛି ବ୍ୟକ୍ତି ଦୀପକଙ୍କୁ ଉସୁକାଇ ଏଭଳି ଆପତ୍ତିଜନକ କାର୍ଯ୍ୟ କରାଉଥିବା ନେଇ ସନ୍ଦେହ କରି ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe