୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ, ପଡୋଶୀ ଯୁବକ ଗିରଫ

ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ସୁନ୍ଦରଗଡ଼ : ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଲା ଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ଘଟିଛି। ଆଈମା’ ପାଖରେ ରହୁଥିବା ଜଣେ ବାପା ମା' ଛେଉଣ୍ଡ ୭ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଘରେ କେହି ନଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଛି। ଆଜି ଅଭିଯୁକ୍ତ ତିଲେସ୍ପର ଟପ୍ନୋ (୩୬)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ବାପା ମା' ଛେଉଣ୍ଡ ଶିଶୁକନ୍ୟା ନିଜ ଆଈମା ପାଖରେ ରହୁଛନ୍ତି। ଗତ ୧୫ ତାରିଖରେ ଆଈମା ଗାଈ ଚରାଇ ଯାଇଥିବା ବେଳେ ଘରେ ଶିଶୁ କନ୍ୟା ଜଣକ ଏକୁଟିଆ ଥିଲେ। ସନ୍ଧ୍ୟା ୭ଟାରେ ଅଭିଯୁକ୍ତ ଯୁବକ ଘରେ ପଶି ଶିଶୁକୁ ଦୁଷ୍କର୍ମ କରିଥିଲା। ଆଈମା' ଫେରିଲା ବେ‌ଳକୁ ଶିଶୁଟି ଘରଦ୍ବାର ମୁହଁରେ ବସି କାନ୍ଦୁଥିଲା। ଗାଁ ଲୋକେ ଘଟଣାର ଆପୋଷ ସମାଧାନ କରିବାକୁ ଉଦ୍ୟମ କରୁଥିବା ବେଳେ ୱାର୍ଡସଭ୍ୟ ଥାନାରେ ଏତଲା ଦେବାକୁ ଆଈମା'ଙ୍କୁ ପରାମର୍ଶ ଦେଇଥିଲେ। ଭଷ୍ମା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମଇନା କରାଯିବା ପରେ ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe