ନୂଆପଡ଼ା : ସମ୍ପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ; ଯୁବକ ଗିରଫ

Advertisment
ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ନୂଆପଡ଼ା : ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ କରି ଭାଇ ଗିରଫ ହେବା ଭଳି ଏକ ଲଜ୍ଜା‌ଜନକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ୬ ମାସର ଗର୍ଭବତୀ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ବେଲଟୁକୁରୀ ଥାନାରେ ଏ ନେଇ ଅଭିଯୋଗ ହେବାପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବେଲଟୁକୁରୀ ଥାନା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିଶୋରା ଗ୍ରାମର ଅଭିଯୁକ୍ତ କମଲେଶ ପାଣ୍ଡେ (୨୩) ନିଜର ଜଣେ ସମ୍ପର୍କୀୟା ଉଭଣୀକୁ ପ୍ରେମ ନିବେଦନ କରି ବାରମ୍ବାର ଦୁଷ୍କର୍ମ କରିବା ସହ ୬ ମାସର ଗର୍ଭବତୀ କରିଥିଲେ। ଏହାପରେ ପୀଡ଼ିତା ଜଣକ ବୁଧବାର ବେଲଟୁକୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ କେସ୍ ନମ୍ବର ୩୧/୨୦ ରେ ଧାରା ୩୭୬ (୨) ଏଫ ୧୦ ଆଇପିସି ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଗୁରୁବାର ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe