ଟାୱାରକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଉଦ୍ଧାର ପରେ ଡାକ୍ତରଖାନାରେ ମୃତ

ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅନ୍ତର୍ଗତ କଅଁସର ଗ୍ରାମରେ ଜଣେ ଯୁବକ ମଦ ପିଇ ଗ୍ରାମରେ ଥିବା ଟାୱାରକୁ ଚଢ଼ିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା....

sfsxcc

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅନ୍ତର୍ଗତ କଅଁସର ଗ୍ରାମରେ ଜଣେ ଯୁବକ ମଦ ପିଇ ଗ୍ରାମରେ ଥିବା ଟାୱାରକୁ ଚଢ଼ିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ କଅଁସର ଗ୍ରାମର କୁଞ୍ଜବିହାରୀ ରଣା (୩୪) ବୋଲି ଜଣାପଡ଼ିଛି। 

ପୁଲିସର ସୂଚନା ଅନୁସାରେ, ଗୁରୁବାର ଦିନ ୧୧ଟାରେ କୁଞ୍ଜ ମାତାଲ ଅବସ୍ଥାରେ ଗ୍ରାମରେ ଥିବା ଟାୱାରକୁ ଚଢ଼ି ଯାଇଥିଲେ। ଗ୍ରାମବାସୀ ଏହା ଦେଖି ତାଙ୍କୁ ତଳକୁ ଆସିବା ପାଇଁ ବୁଝାସୁଝା କରିଥିଲେ। ହେଲେ‌ ସେ କାହା କଥା ଶୁଣିନଥିଲେ। ପରେ ଗ୍ରାମବାସୀ ପୁଲିସକୁ ଖବର ଦେବାରୁ ପୁଲିସ, ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କୁ ତଳକୁ ଆଣିବା ପାଇଁ ପ୍ରୟାସ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ କୌଶଳକ୍ରମେ କୁଞ୍ଜଙ୍କ ନିକଟକୁ ଯାଇ ତାଙ୍କୁ ତଳକୁ ଆଣିଥିଲେ। ଉଦ୍ଧାର କରାଯିବା ପରେ ଅଚେତ ଅବସ୍ଥାରେ ତାଙ୍କୁ ସଇନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe