ଭୁବନେଶ୍ବର: ସନ୍ସାଇନ୍ ଯୁବା ସଙ୍ଗଠନ ଆନୁକୂଲ୍ୟରେ ଚଳିତ ମାସ ୧୪ ତାରିଖରୁ ସହିଦନଗରସ୍ଥିତ ଇମ୍ଫା ବାସ୍କେଟ୍ବଲ୍ ଗ୍ରାଉଣ୍ଡଠାରେ ୧୫ତମ ଯୁବା ବାସ୍କେଟ୍ବଲ୍ ଓପନ୍ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସହ ୫ ରାଜ୍ୟରୁ ୧୬ ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକ ହେଲେ ଝାଡ଼ଖଣ୍ଡର ୱଲ୍ଭ୍ସ ପ୍ୟାକ୍ ଓ ୟୁନିଟି, ପଶ୍ଚିମବଙ୍ଗର ମେଟ୍ରୋ ରେଳବାଇ ଓ ପିଏସି, ଛତିଶଗଡ଼ର ରିଜ୍ଲର୍ସ, ଦିଲ୍ଲୀର ବ୍ଲଡ୍ଲାଇନ୍ ଏବଂ ଓଡ଼ିଶାର ବ୍ରହ୍ମପୁର ବିଏମ୍ଏସ୍ସି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍, ଭୁବନେଶ୍ବର ୱାରିୟର୍ସ, ଯୁବା ବାସ୍କେଟ୍ବଲ୍ କ୍ଲବ୍, କଟକର ସିବିଏ, ଏମ୍୩ ପନ୍ଥର୍ସ, ଭୁବନେଶ୍ବର ଓଡିବିଏ, ଭୁବନେଶ୍ବର କେବିସି, ଡବ୍ଲୁଏ ବଲର୍ସ, ପୁରୀ ଦଳ ପ୍ରମୁଖ ଭାଗନେଉଛନ୍ତି।
ଅଧିକପଢ଼ନ୍ତୁ:ବଢ଼ିଚାଲିଛି ବେଆଇନ ନିଶା କାରବାର; ବିକି ପାରିଲେନି ହେରୋଇନ
୧୫ତମ ଯୁବା ବାସ୍କେଟ୍ବଲ୍ ଓପନ୍ ପ୍ରତିଯୋଗିତା ଆୟୋଜିତ ହେବ
ବିଜେତା ଓ ଉପବିଜେତା ଦଳ ଲାଗି ଟ୍ରଫି ସହ ଯଥାକ୍ରମେ ୩୦ହଜାର ଓ ୨୦ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି ଏବଂ ଦ୍ବିତୀୟ ରନର୍ସଅପ୍କୁ ୧୦ହଜାର ଟଙ୍କାର ରାଶି ପ୍ରଦାନ କରାଯିବ ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସଂଘର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର ସୂଚନା ଦେଇଛନ୍ତି। ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୪ଦିନିଆ ପ୍ରତିଯୋଗିତାର ଜର୍ସି ଓ ଟ୍ରଫି ଗୁରୁବାର ଉନ୍ମୋଚନ ହୋଇଛି। ଏହି ଉନ୍ମୋଚନ ଉତ୍ସବ ଓ ସାମ୍ବାଦିକ ସମ୍ମିଳନୀରେ କର୍ପୋରେଟର୍ ରାଜକିଶୋର ଦାସ, ଆୟୋଜକ ସଂଘ ସଭାପତି ବିଶ୍ବଜିତ ମହାନ୍ତି, ଉପସଭାପତି ଦେବାଶିଷ ସବ୍ୟସାଚୀ ଚକ୍ର, ଯୁଗ୍ମସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ପ୍ରତିଯୋଗିତା ସଂଯୋଜକ ପ୍ରଶାନ୍ତ ବେହେରା, ସିଦ୍ଧାର୍ଥ ଦାସ, ମିଥୁନ ବିଶୋଇ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକପଢ଼ନ୍ତୁ:ଶିକ୍ଷକଙ୍କ ଘରୁ ଡକାୟତି ଘଟଣା: ବନ୍ଧା ହେଲେ ୮ଜଣ ଅଭିଯୁକ୍ତ
Follow Us