ଯୁବକଙ୍କୁ ରଡ୍‌ରେ ପିଟି ହତ୍ୟା; ଗାଡ଼ି ପୋଡ଼ି ଦେଲେ

ବାରଙ୍ଗ ଥାନା ପୁଲିସ ସାନସୁଣ୍ଡଳୀ ନିକଟ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ କଟକ ଲାଲବାଗ ଥାନା ଦେୱାନବଜାର ଅଞ୍ଚଳର ସେକ୍ ରାହିଲ ଅଲ୍ଲୀ (୨୫)।

Dead

ବାରଙ୍ଗ: ବାରଙ୍ଗ ଥାନା ପୁଲିସ ସାନସୁଣ୍ଡଳୀ ନିକଟ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ କଟକ ଲାଲବାଗ ଥାନା ଦେୱାନବଜାର ଅଞ୍ଚଳର ସେକ୍ ରାହିଲ ଅଲ୍ଲୀ (୨୫)। ଶୁକ୍ରବାର ସକାଳ ୬ଟା ସମୟରେ ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ପଡ଼ିଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ଯୁବକଙ୍କ ପାଖରେ ପୋଡ଼ା ଯାଇଥିବା ଏକ ଟାଭେରା ଗାଡ଼ି ଥିବା ବେଳେ ପାଖରେ ଏକ ରକ୍ତଲଗା ଲୁହା ରଡ୍ ମିଳିଛି।

ପାରିପାର୍ଶ୍ବିକ ସ୍ଥିତିରୁ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି ଏବଂ ତାଙ୍କ ଟାଭେରା ଗାଡ଼ିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ଡାକ୍ତରଖାନା ପଠାଇଛି। ମୃତ ଯୁବକଙ୍କ ଭାଇ ଥାନାରେ କରିଥିବା ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ ରାହିଲଙ୍କୁ ୩ ଜଣ ଯୁବକ ଡାକି ନେଇଥିଲେ। ସେମାନେ ଅଲିସା ବଜାରରୁ ଟାଭେରା ଗାଡ଼ିରେ ଏକାଠି ଆସିଥିଲେ। ସେହି ଯୁବକମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଛି। ଉକ୍ତ ୩ ଜଣ ଯୁବକଙ୍କର ଫୋନ୍ ସୁଇଚ୍‌ ଅଫ୍‌ ରହିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe