ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଯୁବକ: ୭ ମାସ ରେ ୧୭ ମାମଲା

କୋରାପୁଟ ଗଞ୍ଜେଇର ଚାହିଦା ଦିଲ୍ଲୀ ଓ ପଞ୍ଜାବରେ ଢ଼େର ଅଧିକ ରହିଛି। ବୁଧବାର ଜଣେ ଯୁବକ ଜୟପୁରରୁ ଗଞ୍ଜେଇ ନେଇ ଟ୍ରେନରେ ଲୁଧିଆନା ଯିବା ବେଳେ ଜିଆରପି ପୁଲିସ ହାତରେ ଧରାପଡ଼ିଛନ୍ତି....

Youth caught smuggling marijuana: 17 cases in 7 months

Youth caught smuggling marijuana: 17 cases in 7 months Photograph: (sambad.in)

କୋରାପୁଟ: କୋରାପୁଟ ଗଞ୍ଜେଇର ଚାହିଦା ଦିଲ୍ଲୀ ଓ ପଞ୍ଜାବରେ ଢ଼େର ଅଧିକ ରହିଛି। ବୁଧବାର ଜଣେ ଯୁବକ ଜୟପୁରରୁ ଗଞ୍ଜେଇ ନେଇ ଟ୍ରେନରେ ଲୁଧିଆନା ଯିବା ବେଳେ ଜିଆରପି ପୁଲିସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଆରପି ପୁଲିସ ଜୟପୁର ଷ୍ଟେସନରେ ତନଖି ବେଳେ ଜଣେ ଯୁବକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖି ଜେରା କରାଯାଇଥିଲା।

ଜୟପୁର ଷ୍ଟେସନରେ ପଞ୍ଜାବର ଲୁଧିଆନା ଅଞ୍ଚଳର ଅସମାନ(୨୫) ନାମକ ଯୁବକ ଏକ ବସ୍ତାରେ  ୧୦ କେଜି ଗଞ୍ଜେଇ ନେଇ ସମଲେଶ୍ବରୀ ଟ୍ରେନକୁ ଅପେକ୍ଷା କରି ଥିଲେ। ସେ ଏହି ଟ୍ରେନରେ ରାୟଗଡ଼ା ଯାଇ ସେଠାରୁ ପୁଣି  ଟ୍ରେନ ପରିବର୍ତ୍ତନ କରି ଦିଲ୍ଲୀ ଯାଇଥାନ୍ତେ । ଜିଆରପି ପୁଲିସ ଚଢ଼ଉ କରି ଯୁବକକୁ କାବୁ କରିବା ସହ ୧୦ କେଜି ଗଞ୍ଜେଇ  ଜବତ କରିବାରେ ସଫଳ ହୋଇଛନ୍ତି।

ଜବତ ଗଞ୍ଜେଇର ମୁଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ସେ କାହାଠାରୁ ଗଞ୍ଜେଇ ଆଣୁଥିଲେ ଏବଂ ସେ ପଞ୍ଜାବର କାହାକୁ ଦେଇଥାନ୍ତେ ସେ ନେଇ ତଦନ୍ତ ଚାଲୁ ରହିଛି ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଶୀ ମହନ୍ତ କହିଛନ୍ତି।

ଏ ନେଇ କୋରାପୁଟ ଜିଆରପି ଥାନାରେ କେସ ନଂ ୨୪/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ଏହି ଚଢ଼ଉରେ ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ଲକ୍ଷ୍ମଣ ମହାନ୍ତି, ଜି.ଗଣେଶ, ଆରପିଏଫ ବି.କେ.ସେନାପତି, କନଷ୍ଟେବଳ ଆର .ଗୁରୁ ପ୍ରମୁଖ ଭାଗ ନେଇଥିଲେ।  

କୋରାପୁଟ ଷ୍ଟେସନରେ ଜିଆରପି ପୁଲିସ ପକ୍ଷରୁ ଗତ ୨୦୨୪ ବର୍ଷ;ର ୧୭ ଟି ଗଞ୍ଜେଇ ମାମଲା ରୁଜୁ ହେବା ସହ ପ୍ରାୟ ୨୫୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ୭ ମାସ ମଧ୍ୟରେ ୧୭ ଟି ଗଞ୍ଜେଇ ମାମଲାରେ ଧରପଗଡ କରାଯାଇ ପ୍ରାୟ ୩୦୦ କେଜି ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ମିଳିଛି। କୋରାପୁଟ , ଜୟପୁର, ପାଡୁଆ, ଦାମନଜୋଡି , କାକିରିଗୁମ୍ମା ଆଦି ରେଳ ଷ୍ଟେସନ ଗଞ୍ଜେଇ ଚୋରାଚାଲାଣର ହଟସ୍ପଟ ପାଲଟିଥିବା ଚର୍ଚ୍ଚା ହେଉଛି । 

Koraput | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe