ସମ୍ବଲପୁର : ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆତ୍ମହତ୍ୟା

Advertisment
ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ

www.indiatimes.com

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ତାଲଭଟାପଡ଼ାରେ ରହୁଥିବା ବ୍ରଜିନନ୍ଦୀ ଶର୍ମା(୪୮) ପାରିବାରିକ କଳହକୁ କେନ୍ଦ୍ର କରି ଶୁକ୍ରବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ କ୍ଷେତରାଜପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶନିବାର ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଉଲ୍ଳେଖଯୋଗ୍ୟ, ଶ୍ରୀ ଶର୍ମାଙ୍କ ଘରେ ପାରିବାରିକ କଳହ ଲାଗି ରହିଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ବାହାରେ ଅନ୍ୟତ୍ର ରହୁଛନ୍ତି। ଏଭଳି ସ୍ଥିତିରେ ଘରେ ଏକା ରହୁଥିବା ବ୍ରଜିନନ୍ଦୀ ଶୁକ୍ରବାର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe