ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ ଶେଷ କଲେ ଯୁବକ

Advertisment

କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି...

କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି...

Youth completes entire Odisha cycling tour

Youth completes entire Odisha cycling tour Photograph: (sambad.in)

କୁଚିଣ୍ଡା: କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି। 

ଆଜିର ଆଧୁନିକ ଯୁଗରେ ଲୋକେ ପେଟ୍ରୋଲ ଓ ଡିଜେଲ୍ ଚଳିତ ଯାନବାହାନ ଦ୍ଵାରା ଚଳାଚଳ କରୁଥିବାରୁ ଅତି ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି ଓ ତାପମାତ୍ରା ବୃଦ୍ଧି ପାଇବା ସହିତ ପରିବେଶ ଉପରେ କୁପ୍ରଭାବ ମଧ୍ଯ ପଡୁଛି। 

୭୦ ଦିନରୁ ଉର୍ଦ୍ଧ୍ ତାଙ୍କ ସାଇକେଲ ଯାତ୍ରା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୁରୁଣା ବସ୍‌ଷ୍ଟାଣ୍ଡରୁ ଆରମ୍ଭ ହେଇଥିଲା ଓ ଆଜି ସେହି କୁଚିଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡରେ ହିଁ ଶେଷ କରିଛନ୍ତି।

ସେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଭେଟି ନିଜର ଭ୍ରମଣ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଛନ୍ତି। 

ତାଙ୍କର ଏହି ଭ୍ରମଣ ରେ ଭୁବନେଶ୍ୱରଠାରେ କୁଚିଣ୍ଡା ବିଧାୟକ ତଥା କେବିନେଟ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମଧ୍ୟ ବେଶ୍ ଖୁସି ହେଇ ସମର୍ଦ୍ଧନା ଜ୍ଞାପନ କରିଥିଲେ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ୨.୩୪ ନିୟୁତରୁ ଅଧିକ ପକ୍ଷୀ ଥିବା ରେକର୍ଡ: ଜଙ୍ଗଲ ମନ୍ତ୍ରୀ

ଆଗାମୀ ଦିନରେ ପୁଣିଥରେ ଦ୍ଵିତୀୟ ପର୍ଯ୍ୟାୟର ସାରା ଓଡ଼ିଶା ସାଇକେଲରେ ଭ୍ରମଣ ପାଇଁ ବୃକ୍ଷରୋପଣ ନାମରେ ସଚେତନତା ଅଭିଯାନ ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସାରା ଓଡ଼ିଶାରେ ଲୋକଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ବିନା ପଇସାରେ ଏହି ଯାତ୍ରା ସଫଳ ହେଇଥିବାରୁ ସଭିଏଁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟରେ ୨.୩୪ ନିୟୁତରୁ ଅଧିକ ପକ୍ଷୀ ଥିବା ରେକର୍ଡ: ଜଙ୍ଗଲ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe