ଯୁବ କଂଗ୍ରେସ ନେତା ସତପାଲ ଜୈନଙ୍କ ପରଲୋକ

ଯୁବ କଂଗ୍ରେସ ନେତା ସତପାଲ ଜୈନଙ୍କ ପରଲୋକ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଯୁବ କଂଗ୍ରେସ ନେତା ସତପାଲ ଜୈନଙ୍କ କରୋନାରେ ପରଲୋକ ଘଟିଛି। ଏହି ଖବର ସିନ୍ଧେକେଲାରେ ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କିଛିଦିନ ତଳେ ସ‌େ କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବୁଧବାର ସେଠାରୁ ଆମ୍ବୁଲାନ୍ସ ଯୋଗେ ଆଣି ସ୍ଥାନୀୟ ମୁକ୍ତିଧାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କୋଭିଡ ନିୟମ ଅନୁଯାୟୀ କରାଯାଇଥିଲା। ଶେଷଦର୍ଶନ ପାଇଁ ଦୂରତା ଅବଲମ୍ବନ କରି ତାଙ୍କ ପୁଅ ଶ୍ରେୟାଂଶ ଜୈନ, ବଡ଼ଭାଇ ଛତ୍ରପାଳ ଜୈନ, ଅନିଲ ଜୈନ, ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ, ପ୍ରସନ୍ନ ଜୈନ, ତପନ ଜୈନ, ପୀୟୂଷ ଜୈନ, ଗଣପତ ଜୈନ, ପ୍ରବୀଣ ଜୈନ ପ୍ରମୁଖ ଉପସ୍ଥିତଥିଲେ। ତାଙ୍କ ବିୟୋଗରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ଭୋଳାନାଥ ବେହେରା, ସମାଜସେବୀ ଅନିଲ ତ୍ରିପାଠୀ, ଆର୍ତ୍ତତ୍ରାଣ ସାହୁ, ସିନ୍ଧେକେଲା ସରପଞ୍ଚ ରାଜା ଥନାପତି, ଜିଲ୍ଲାପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ, ଥାନାଧିକାରୀ ଅନନ୍ତ ପ୍ରଧାନ, ବଣିକ ସଂଘ ସଭାପତି ସୁବାସ ଜୈନ, ସରୋଜ ଜୈନ, ହେମନ୍ତ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe