ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ

Advertisment

ସାତଦିନ ମଧ୍ୟରେ କୁନ୍ଦୁଲି ଗଣଦୁଷ୍କର୍ମ ଅପରାଧୀଙ୍କୁ ଗିରଫ ଦାବି

ସାତଦିନ ମଧ୍ୟରେ କୁନ୍ଦୁଲି ଗଣଦୁଷ୍କର୍ମ ଅପରାଧୀଙ୍କୁ ଗିରଫ ଦାବି

ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ନେଇ ପ୍ରଦେଶ ଯୁବ କଂଗ୍ରେସ ଆଜି ଗର୍ଜନ କରିଛି। ଆସନ୍ତା ସାତଦିନ ମଧ୍ୟରେ ଏହି ଗଣଦୁଷ୍କର୍ମ ଅପରାଧୀଙ୍କୁ ଗିରଫ, ଫରେନ୍‌ସିକ୍‌ ରିପୋର୍ଟକୁ ସାର୍ବଜନୀନ, ଏହି ଅପରାଧକୁ ଚାପି ଦେବାକୁ ଉଦ୍ୟମ କରିଥିବା ସରକାରୀ ଅଫିସରଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତାଙ୍କ ପରିବାରକୁ ୨ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛି। ଦାବି ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଏଭଳି ଧମକ ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଗୃହ ବିଭାଗର ମନ୍ତ୍ରୀ। ତୃତୀୟ ମହଲାର ନିର୍ଦେଶରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଚପାଇଦେବାକୁ ଅପଚେଷ୍ଟା ଚାଲିଛି। ଜଣେ ଜିଲ୍ଲା ଜଜ୍‌ଙ୍କୁ ତଦନ୍ତ କମିସନ ଦାୟିତ୍ୱ ଦେଇ ସରକାର ନିଜ କର୍ତବ୍ୟ ସରିଗଲା ବୋଲି ଚିନ୍ତା କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହେବ କି ବୋଲି ସେ ପଚାରିଛନ୍ତି। ଏହି ସମ୍ମିଳନୀରେ ଯୁବ କଂଗ୍ରେସ କର୍ମକର୍ତା ଦେବାଶିଷ ମହାପାତ୍ର, ନୀଳମାଧବ ପଣ୍ଡା, ରଞ୍ଜିତ ପାତ୍ର, ଅଜୟ ସାହୁ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ସେକ୍‌ ଅମିର୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe