ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ନୟାଗଡ଼ର କୁନି ଝିଅ ପରୀର ଅପହରଣ ଓ ହତ୍ୟା ମାମଲା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛି ପ୍ରଦେଶ ଯୁବ କଂଗ୍ରେସ। ଯୁବ କଂଗ୍ରେସର ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ କର୍ମୀମାନେ ଲୋୟର ପିଏମ୍‌ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ସେମାନେ ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା।

ଦଳ ଅଭିଯୋଗ କରିଛି ଯେ ୫ବର୍ଷର ଶିଶୁକନ୍ୟାକୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାହୁଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏହା ସହ ଶ୍ରୀ ସାହୁଙ୍କ ସହଯୋଗୀ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ହୋଇଥିବା ବେଳେ ତାଙ୍କ ନିର୍ଦ୍ଦେଶରେ ପୁଲିସ୍ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଛି ବୋଲି ଶ୍ରୀ ଲେଙ୍କା କହିଛନ୍ତି। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଶ୍ରୀ ସାହୁଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହ ମୃତକଙ୍କ ପରିବାରବର୍ଗକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିକ୍ଷୋଭରେ ଯୁବ କଂଗ୍ରେସର ମୁଖପାତ୍ର ଅଜୟ ସାହୁ, ରଂଜିତ୍ ପାତ୍ର, ମହମ୍ମଦ ଅଲିମ୍, ସ୍ବାଗତ କର, ନଳିନୀକାନ୍ତ ନାୟକ, ବିକି ଚକ୍ରବର୍ତ୍ତୀ, ବିଶ୍ବରଂଜନ ଦାସ, ଆଦିତ୍ୟ ପରିଡ଼ା, ବିପ୍ଳବ ପରିଡ଼ା, ଆଶୁତୋଷ ଲେଙ୍କା, ଅଖିଳେଶ ଯାଦବ, ଅହମ୍ମଦ ଖାନ୍, ୟାକୁବ୍ ଖାନ୍, ଅମ୍ରିତା ଦାସ, ମାହିପର ନିଖତ, ଲିପକ ସାହୁ, ମିତ୍ରଭାନୁ ମହାପାତ୍ର, ବଟକୃଷ୍ଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe