ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

Advertisment
ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା : ବର୍ତ୍ତମାନ କୋଭିଡ ୧୯ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଜେଇଇ ଓ ନିଟ ପରୀକ୍ଷା କରାଯିବା ଦୁର୍ଭାଗ୍ୟଜନକ ଅଟେ। ଏହି ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ଯୁବ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

publive-image

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବ ସଭାପତି ଜୟଦେବ ନାଏକ, ଏଆଇସିସି ସଦସ୍ୟ ତରୁଣ ମାଝୀ, ରାଜ୍ୟ ଛାତ୍ର ସଂଯୋଜକ ମହମ୍ମଦ ସାହେବ, ଧର୍ମେନ୍ଦ୍ର ନାଏକ, ରାଜେଶ ବଗର୍ତି, ଶାଗର ପଟ୍ଟନାୟକ, ସୁରେଶ ରାଓ, ବେଣୁ ଦୁର୍ଗା, ସ୍ୱରାଜ ପାଣିଗ୍ରାହୀ, ଆଦିତ୍ୟ ନାଏକ, ରୋହିତ ଜୈନ, ଛବିଲାଲ ନାଏକ ସମେତ ବହୁ କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe