ବନ୍ତଳା : ଯୁବ ଠିକାଦାରଙ୍କୁ ତଣ୍ଟିକାଟି ହତ୍ୟା

Advertisment
ବ୍ରହ୍ମପୁର : ଯୁବକଙ୍କୁ ଛୁରୀ ଭୁସି, ଠେଙ୍ଗାରେ ପିଟି ମାରିଦେଲେ

Times of India

ବନ୍ତଳା : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ବନଦୁର୍ଗା ମନ୍ଦିରଠାରୁ ଅଳ୍ପଦୂରରେ ବିକାଶ ଦେହୁରୀ(୨୭) ନାମକ ଜଣେ ଯୁବ ଠିକାଦାରଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ଘର ବାଳୁଅକଟା ଗାଁରେ। ତାଙ୍କୁ ଫୋନ୍ କରି ଡକାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବାଳୁଅକଟା ଗାଁ ନିବାସୀ ବିକାଶ ଦେହୁରୀ ଜିଲ୍ଲାର ଏକ କାରଖାନାରେ ଶ୍ରମିକ-ଠିକାଦାର ଭାବେ କାମ କରନ୍ତି। ଗତ କିଛିବର୍ଷ ହେଲା ସଂପୃକ୍ତ କାରଖାନାକୁ ସେ ଶ୍ରମିକ ଯୋଗାଇବା ସହିତ ଛୋଟ ଛୋଟ କାମ କରୁଥିଲେ। ଆଜି ସକାଳ ପ୍ରାୟ ୯ଟାରେ ତାଙ୍କ ମୋବାଇଲ ଫୋନ୍‌କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ସେ ଫୋନ୍ କଲ୍ ପାଇ ଘରଲୋକଙ୍କୁ ବନ୍ତଳା ଯାଉଥିବା କହି ଘରୁ ବାହାରି ଆସିଥିଲେ। ହେଲେ ଦିନ ୧୧ଟା ୪୫ରେ ଧୋକୁଟା ବନଦୁର୍ଗା ମନ୍ଦିରରୁ ଗୁରଙ୍ଗ ଗାଁକୁ ଯାଇଥିବା ରାସ୍ତା ପାଖରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ୍ତଳା ଥାନାକୁ ଖବର ଦେଇଥିଲେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କଟାଯାଇଥିବା ବେଳେ ଛାତି ଓ ହାତରେ ବି ଗଭୀର କ୍ଷତ ରହିଛି। ବିକାଶଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।

ଘଟଣା ସଂପର୍କରେ ଖବର ପାଇ ସଦର ଏସ୍‌ଡିପିଓ ଅଶ୍ବିନୀ ସାହୁ, ବନ୍ତଳା ଆଇଆଇସି ଗୀତାଂଜଳି ସାହୁ ପ୍ରମୁଖ ଅଧିକାରୀ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରିଥିଲେ। ସନ୍ଧ୍ୟାରେ ତପନ ପ୍ରଧାନଙ୍କ ନେତୃତ୍ବରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିଥିଲେ। ପରେ ବନ୍ତଳା ମଦ ଦୋକାନ ନିକଟରେ ତାଙ୍କ ବାଇକ୍ ଏବଂ ହେଲମେଟ୍ ରହିଥିବା ଠାବ କରାଯାଇଥିଲା। ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କିମ୍ବା ଅନ୍ୟ କୌଣସି କାରଣରୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ବିକାଶଙ୍କ ଭାଇ ପ୍ରଣବଙ୍କ ଅଭିଯୋଗକ୍ରମେ ବନ୍ତଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe