ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ

ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ଖମଣ ପଞ୍ଚାୟତ ଗୋଡ଼ିପାଟଣା ଗ୍ରାମର ଆହତ ବେଣୁଧର ପୃଷ୍ଟି(୪୧)ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଯାଇଛି। ଗତ ମାସେ ତଳେ ବ୍ୟାସନଗର ସହରର ଏକ ହୋଟେଲ୍‌ରେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ବେଣୁଧରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଯେ, ବ୍ୟାସନଗର ସହରର ଉକ୍ତ ହୋଟେଲରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ଏଠାରେ କର୍ମଚାରୀ ଥିବା ବେଣୁଧରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବେଣୁଥର ଗୁରୁତର ଭାବେ ଆହତ ହୋଇଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁର ଜିଲ୍ଲା ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିଲା। ମରଶରୀର ଗାଁକୁ ଅଣାଯାଇ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଥିଲା। ଗୁରୁବାର ସଂଧ୍ୟାରେ ତାଙ୍କ ବିୟୋଗରେ ଶଙ୍ଖଚିଲା ବଜାରର ଦୋକାନ ବନ୍ଦ କରାଯାଇଥିଲା। ଯୁବକମାନଙ୍କ ପକ୍ଷରୁ ମଧ୍ୟ ଏକ ମହମବତି ଶୋଭାଯାତ୍ରା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe