ଯୁବକଙ୍କ ଗଳାକାଟି କେନାଲରେ ଫିଙ୍ଗିଦେଲେ

ଦୁର୍ଘଟଣାରେ କଲେଜ ଛାତ୍ର ମୃତ

ଚଣ୍ତିଖୋଲ/ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି। ହତ୍ୟା ପରେ ନିକଟସ୍ଥ ହାଇଲେବଲ କେନାଲରେ ଶବକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ତଳ ଶାସନସୀମା ଗ୍ରାମର ହାଡ଼ିବନ୍ଧୁ ନାୟକଙ୍କ ପୁଅ ସନ୍ତୋଷ କୁମାର ନାୟକ ଓରଫ କାଳିଆ(୩୯)।

ପ୍ରକାଶ ଯୋଗ୍ୟ ଯେ କୌଣସି କାରଣରୁ କାଳିଆ ଗତ ୭ ତାରିଖରୁ ଘରୁ କୁଆଡେ଼ ପଳାଇ ଯାଇଥିଲେ। ଆଜି ସକାଳୁ ଘର ନିକଟସ୍ଥ ହାଇଲେବଲ କେନାଲରେ ତାଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ବଡ଼ଚଣା ପୁଲିସ କାଳିଆଙ୍କ ଚପଲ ଏବଂ ମୋଟରସାଇକଲକୁ ଜବତ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏ ନେଇ କାଳିଆର ଭାଇ ପ୍ରକାଶ କୁମାର ନାୟକ ହତ୍ୟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe