photo by : hindustantimes.com
ଦେବଗଡ଼ : ଦେବଗଡ଼ ସହର ସ୍ଥିତ ହୋଟେଲ ମମତାର ଏକ କୋଠରିରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ବିଜୟ ଷଡ଼ଙ୍ଗୀ (୪୨) ଓ ଘର ଢେଙ୍କାନାଳ ଜିଲ୍ଲା ବଳଭଦ୍ରପୁର ଗ୍ରାମରେ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ବିଜୟ ଗତ ୧୫ ତାରିଖରୁ ହୋଟେଲ୍ ମମତାର ରୁମ୍ ନଂ. ୬୦୩ରେ ରହୁଥିଲେ। ରବିବାର ସନ୍ଧ୍ୟାରେ ଉକ୍ତ ରୁମ୍ରୁ ଦୁର୍ଗନ୍ଧ ବାହାରିବାରୁ ହୋଟେଲ ମାଲିକ ସନ୍ଦେହରେ ଦେବଗଡ଼ ଥାନାକୁ ଖବର ଦେଇଥିଲେ। ରୁମ୍ର କବାଟ ଭଙ୍ଗାଯିବାରୁ ଭିତରେ ବିଜୟଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ବିଜୟ ଦେବଗଡ଼କୁ ଉଦ୍ୟାନ ବିଭାଗର କୌଣସି ପାଇପ କାର୍ଯ୍ୟରେ ଆସିଥିବା ହୋଟେଲ ସୁତ୍ରରୁ ପ୍ରକାଶ।
Follow Us