ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ନାକଟିଦେଉଳ : କିସିଣ୍ଡା ଥାନା ଅନ୍ତର୍ଗତ ଧଳପୁର ଛକରେ ଗୁରୁବାର ରାତି ପ୍ରାୟ ୮ଟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ସଦାଶିବ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ (୨୫)।

ସୂଚନା ଅନୁଯାୟୀ ପିଠଉଗୁଡ଼ା ଗ୍ରାମର ଦୀପକ ଏକ ବାଇକ୍‌ (ଓଡି-୧୫ଏମ୍‌-୮୩୮୫)ରେ ସମ୍ବଲପୁରରୁ କିସିଣ୍ଡା ଦିଗରେ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କିଛି ବ୍ୟକ୍ତି କିସିଣ୍ଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ। ତାଙ୍କ ମୃତ୍ୟୁରେ କିସିଣ୍ଡା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe