ଟ୍ରକ୍‌ ଚାପାରେ ଯୁବକ ମୃତ, ବାଟକୁ ଚାହିଁ ବସିଛନ୍ତି ପତ୍ନୀ

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

କାଳିଆପାଣି : ସଡ଼କ ସୁରକ୍ଷାର ସବୁ ନିୟମ ମାନି ଶ୍ବଶୁର ଘରୁ ବାହାରିଥିଲେ ଯୁବକ। କାଳିଆପାଣି ଥାନା ଟମକା-ମଙ୍ଗଳପୁର ସଡ଼କର ବାମପଟେ ଧୀରମନ୍ଥର ଗତିରେ ବାଇକ୍‌ ଚଳାଇ ନିଜ ଗାଁକୁ ଫେରୁଥିଲେ। ହେଲମେଟ୍‌ ବି ପିନ୍ଧିଥିଲେ। ହାତୀହୁଡ଼ି ଛକ ପାଖରେ ଏକ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ (ଓଆର୍-୦୪ଇ-୧୫୬୫) ତାଙ୍କ ଉପରେ ଚଢ଼ିଗଲା। ସଡ଼କ ଉପରେ ହିଁ ତାଙ୍କ ଜୀବନ ଚାଲିଗଲା। ମୃତ ଯୁବକ ଟମକା ଥାନା ପାଟବାଲି ଗାଁର ସ୍ବର୍ଗତ ଦୟାନିଧି ଦାସଙ୍କ ଏକମାତ୍ର ପୁଅ ମିଥୁନ(୨୭)। ପୂର୍ବରୁ ବାପାମାଆଙ୍କୁ ସେ ହରାଇଥିଲେ। ଘରେ ତାଙ୍କର ବାଟ ଚାହିଁବସିଛନ୍ତି ଆସନ୍ନ ପ୍ରସବା ପତ୍ନୀ ଓ ଅଢ଼େଇ ବର୍ଷର ଶିଶୁକନ୍ୟା। ଏଭଳି ଦୁଃଖଦ ଖବର ମିଳିବା ପରେ ପାଟବାଲି ଗାଁରେ ଶୋକର ଛାୟା ଖେଳିଯାଇଛି। କାଳିଆପାଣି ଇମ୍ଫା ଖଣିରେ ସେ ଲୋଡିଂ ଲେବର ଭାବେ କାମ କରୁଥିଲେ। ସାଙ୍ଗର ବାଇକ୍‌(ଓଡି-୦୪ଏଲ୍‌-୭୦୬୩)ରେ ଶ୍ବଶୁର ଘର ଯାଇ ଫେରୁଥିଲାବେଳେ ଏହି ଭୟାନକ ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଜବତ କରିଛି। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍‌ ଛାଡ଼ି ଚମ୍ପଟ୍‌ ମାରିଛି। ଏ ସଂକ୍ରାନ୍ତରେ ଏକ କେସ୍ ୧୦/୨୧ ରୁଜୁ କରାଯାଇ ଅନୁସନ୍ଧାନ ଜାରିରହିଛି ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe