ହାତୀ ଆକ୍ରମଣରେ ଯୁବକ ମୃତ, ମୃତଦେହ ନିକଟରେ ୩ ଘଣ୍ଟା ଜଗି ରହିଲା

Advertisment
ହାତୀ ଆକ୍ରମଣରେ ଯୁବକ ମୃତ, ମୃତଦେହ ନିକଟରେ ୩ ଘଣ୍ଟା ଜଗି ରହିଲା

ODISHA STORY

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି। ଆଜି ସକାଳେ ଉଜ୍ଜଳପୁର ଗିଡ଼ିପାହାଡ଼ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ କୋଇଡ଼ା ଅଞ୍ଚଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳ ୯ଟାରେ ସୁନ୍ଦରଗଡ଼ ବନଖଣ୍ଡ ଉଜ୍ବଳପୁର ବନ କ୍ଷେତ୍ରର ଗିଧପାହାଡ଼ି ସଂରକ୍ଷିତ ଜଙ୍ଗଲକୁ ରୁଗୁଡ଼ା ଛତୁ ଗୋଟାଇବାକୁ ଯାଇଥିବା ଓଡ଼ିଆ ପଡ଼ାର କୁଶ ଦଣ୍ଡସେନା(୪୫)ଙ୍କୁ ହାତୀ ଦଳି ମାରି ଦେଇଛି। ଓଡ଼ିଆ ପଡ଼ାର ୫ ଜଣଙ୍କ ସହ କୁଶ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ସମସ୍ତେ ପ୍ରାଣ ବିକଳରେ ଦୌଡ଼ିଥିଲେ। ମାତ୍ର କୁଶକୁ ହାତୀ ଦଳି ଚକଟି ମାରିବା ପରେ କିଛି ଘଣ୍ଟା ସେ ସ୍ଥାନରେ ପଇଁତରା ମାରିଥିଲା। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ହାତୀ ମୃତଦେହ ଚାରିପାଖେ ବୁଲୁଥିବାରୁ ଶବ ଉଦ୍ଧାର କରିବାକୁ ସାହସ ଜୁଟାଇ ପାରି ନଥିଲେ। ଏପରିକି ଥ‌ରେ ଦି’ଥର ହାତୀ ବନ କର୍ମଚାରୀଙ୍କୁ ମଧ୍ୟ ଗୋଡ଼ାଇଥିଲା। ପ୍ରାୟ ୩ ଘଣ୍ଟା ପରେ ହାତୀ ସେଠାରୁ ଯିବା ପରେ ମୃତ ଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe