ରାଉରକେଲା : ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖମାଙ୍ଗ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗତକାଲି ସଂଧ୍ୟାରେ ବିଶ୍ରା କୋଏଲ ସୂତା ଅଞ୍ଚଳରୁ ଦୁଇଟି ହାତୀ ଖମାଙ୍ଗ ଗ୍ରାମ ଭିତରକୁ ପ୍ରବେଶ କରିଥିଲେ। ସଂଧ୍ୟା ପ୍ରାୟ ୭ଟା ବେଳେ ହାତୀ ଆସୁଥିବା ଦେଖି ଲୋମକେଇ ଗ୍ରାମର ଶିବ ଚରଣ କୁମ୍ଭାର (୨୭) ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଗହମ କ୍ଷେତ କାଦୁଅରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କ୍ଷେତ ଭିତରେ ଚାପି ଦେଇ ଚାଲି ଯାଇଥିଲା। ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ଶବକୁ ପାନପୋଷ ହସ୍ପିଟାଲ୍ରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଓ ଅନ୍ତିମ ସତ୍କାର ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ହାତୀ ଆକ୍ରମଣରେ ଯୁବକ ମୃତ
Advertisment
Follow Us