ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : କରୋନା ସନ୍ଦେହରେ ଶବ ଛୁଇଁଲେନି ଗାଁ ଲୋକେ

Advertisment

ପରିବାର ଲୋକେ ବି ଶବ ନେବାକୁ ମନା କଲେ, ଶବ ଦାହ କଲେ ସ୍ବେଚ୍ଛାସେବୀ ସଂଗଠନ

ପରିବାର ଲୋକେ ବି ଶବ ନେବାକୁ ମନା କଲେ, ଶବ ଦାହ କଲେ ସ୍ବେଚ୍ଛାସେବୀ ସଂଗଠନ

ଝିଅ ବିକ୍ରିର ହୃଦୟବିଦାରକ ଅନ୍ତ : ଉଜୁଡ଼ିଗଲା ପୂରା ପରିବାର

image source-indiatoday

ସମ୍ବଲପୁର/ଯୁଯୁମୁରା : ସମ୍ବଲପୁର ଜିଲ୍ଲା ସଦର ଥାନା କବରାପାଲି ତୁରୀପଡ଼ା ଗ୍ରାମରେ ରବିବାର ସକାଳୁ ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ମୃତକ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଏସ୍‌.ବଲାଙ୍ଗ ଗ୍ରାମର ପ୍ରଫୁଲ୍ଲ କିଷାନ(୩୨)। ତୁରୀପଡ଼ା ଗ୍ରାମରେ ଥିବା ତାଙ୍କ ପିଉସୀଙ୍କ ଘରକୁ ସେ ଆସିଥିଲେ। ତେବେ ପ୍ରଫୁଲ୍ଲଙ୍କ ମୃତ୍ୟୁ କରୋନା ସଂକ୍ରମଣରୁ ହୋଇଥିବା ଗ୍ରାମବାସୀ ଆଶଙ୍କା କରିବା ପରେ ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଶବ ନିକଟକୁ ମଧ୍ୟ ଯାଉନଥିଲେ। ସୂଚନା ପାଇ ସଦର ଥାନା ପୁଲିସ, ଯୁଯୁମୁରା ତହସିଲଦାର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ପ୍ରଫୁଲ୍ଲଙ୍କର କରୋନା ସଂକ୍ରମଣ ନେଇ କୌଣସି ଲକ୍ଷଣ ଦେଖା ଦେଇନଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା.ପ୍ରମୋଦ ସାହୁ କହିଥିଲେ। ଏହାପରେ ଯୁଯୁମୁରା ତହସିଲଦାର ସୁମନ ମିଞ୍ଜଙ୍କ ଊପସ୍ଥିତିରେ ସଦର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପକ୍ଷରେ ମୃତ ପ୍ରଫୁଲ୍ଲଙ୍କ ପରିବାର ଲୋକେ ଶବ ନେବାକୁ ମନା କରିବାରୁ ପୁଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ଦାହ ପାଇଁ ସ୍ବେଚ୍ଛାସେବୀ ସଂଗଠନ ସମ୍ବଳକୁ ପ୍ରଦାନ କରିଛି।

publive-image

ମିଳିଥିବା ସୂଚନା ମୁତାବକ, ପ୍ରଫୁଲ୍ଲ ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କର ଜଣେ ଭାଇ କେବଳ ବଲାଙ୍ଗ ଗ୍ରାମରେ ରୁହନ୍ତି। ଗତ ୨ ତାରିଖରେ ପ୍ରଫୁଲ୍ଲ ତୁରୀପଡ଼ା ଆସିଥିଲେ। ପିଉସୀ ଘରେ ରହି ଚାଷବାସ କାମ ମଧ୍ୟ ବୁଝୁଥିଲେ। ଲକ୍‌ଡାଉନ୍‌ ଘୋଷଣା ହୋଇଯିବା ପରେ ସେ ନିଜ ଗାଁକୁ ଆଉ ଫେରି ପାରିନଥିଲେ। ୨ ଦିନ ତଳେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ତେବେ ଶନିବାର ରାତିରେ ଖିଆପିଆ କରିବା ପରେ ଘର ଭିତରେ ଶୋଇଥିଲେ। ରବିବାର ସକାଳୁ ପରିବାର ଲୋକେ ତାଙ୍କୁ ଉଠାଇବା ବେଳକୁ ସେ ଉଠିନଥିଲେ। ଗ୍ରାମବାସୀ ଆସି ଦେଖିବା ବେଳକୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ସାମାନ୍ୟ ଅସୁସ୍ଥ ଥିବାରୁ ଓ ପୂର୍ବରୁ ସେ ରାଜ୍ୟ ବାହାରେ ରହି ଦାଦନ କାମ କରିଥିବାରୁ ସେ କାଳେ କରୋନା ସଂକ୍ରମିତ ହୋଇଥିବେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଫୁଲ୍ଲଙ୍କ ଭାଇଙ୍କୁ ଖବର ଦିଆଯାଇଥିଲେ ବି ସେ ଶବ ନେବାକୁ ମନା କରି ଦେଇଥିଲେ। ଅପରପକ୍ଷେ, ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ କରିବା ପାଇଁ ସମର୍ଥ ନ ଥିବା ବିପ୍ର କହିଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe