ପ୍ରେମ ପାଇଁ ଯୁବକଙ୍କୁ ପିଟି ପିଟି ମାରିଦେଲେ; ଝିଅ ଘର ୪ ଅଟକ, ବାପା ମା’ ଫେରାର୍

ପ୍ରେମ ପାଇଁ ଯୁବକଙ୍କୁ ପିଟି ପିଟି ମାରିଦେଲେ; ଝିଅ ଘର ୪ ଅଟକ, ବାପା ମା’ ଫେରାର୍

DNA India

ଧରାକୋଟ : ନାବାଳିକା ଝିଅ ସହ ପ୍ରେମ, ମିଳାମିଶାକୁ ଘର ଲୋକ ବି‌ରୋଧ କରୁଥିଲେ। ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଚରମ ନିଷ୍ପତ୍ତି ନେଇଗଲେ। ଯୁବକଙ୍କୁ ଡାକି ନେଇ ପିଟି ପିଟି ମାରି ଦେଲେ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଇଲାକାରେ ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ସହ ‌ପ୍ରେମ ସଂପର୍କକୁ ବିରୋଧ କରି ତାଙ୍କ ପରିବାର ‌ଲୋକେ ଅଲେଖ ନାହାକ(୨୦) ନାମକ ଜଣେ ଯୁବକକୁ ଗତ ବିଳମ୍ବିତ ରାତିରେ ଡାକି ‌େନଇ ପିଟି ପିଟି ହତ୍ୟା କରିଛନ୍ତି। ଏନେଇ ଧରାକୋଟ ଥାନାରେ କେସ ନମ୍ବର ୭୩ ଅନୁସାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ସଂପୃକ୍ତ ଝିଅର ପରିବାରର ୪ଜଣ ସଂପର୍କୀୟଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତାଙ୍କ ବାପାମା’ ଓ ଆଉ କିଛି ସଦସ୍ୟ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ଅଲେଖ ନିଜ ଗ୍ରାମର ଜଣେ ନାବାଳିକା ସହ ପ୍ରେମ ସଂପର୍କ ରଖିଥିଲେ। ଝିଅର ପରିବାର ଲୋକେ ଏହାକୁ ବିରୋଧ କରୁଥିବା ସହ ବହୁବାର ଅଲେଖଙ୍କୁ ତାଗିଦ୍ କରି ଆସୁଥିଲେ। କିନ୍ତୁ ଉଭୟଙ୍କ ପ୍ରେମ ସଂପର୍କ ବଢିବା ସହ ସେମାନେ ଅଧିକ ମିଳାମିଶା ବି କରୁଥିଲେ। ଫଳ‌ରେ ଝିଅର ପରିବାର ଲୋକେ ଉତକ୍ଷିପ୍ତ ହୋଇ ମର୍ଯ୍ୟାଦା ରକ୍ଷା କରିବାକୁ ଅଲେଖଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଅଲେଖ ଘରେ ଜେଜେବାପାଙ୍କ ସହ ଶୋଇଥିବା ସମୟରେ ଝିଅର ବାପାମା’ ସମେତ ୮ରୁ ୧୦ ଜଣ ତାଙ୍କୁ ବାହାରକୁ ଡାକି ନେଇଥିଲେ। ଘରକୁ ଆଣି ନିସ୍ତୁକ ମାଡ଼ ମାରିଥିଲେ। ଅଲେଖଙ୍କୁ କ୍ଷତାକ୍ତ ଅବସ୍ଥାରେ ତାଙ୍କ ବାପା ସନ୍ତୋଷ ଉଦ୍ଧାର କରିବା ସହ ଧରାକୋଟ ଥାନା ପୁଲିସ ସହ‌ ଯୋଗାଯୋଗ କରିଥିଲେ। ସଂଗେ ସଂଗେ ଅଲେଖଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅଲେଖଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe