ମେରାଇନ୍ ଡ୍ରାଇଭରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା : ଆହତ ଯୁବତୀଙ୍କ ଚେତା ଫେରିଲା

ମେରାଇନ୍ ଡ୍ରାଇଭରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା : ଆହତ ଯୁବତୀଙ୍କ ଚେତା ଫେରିଲା

ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ମୃତ ଉମାଶଙ୍କରଙ୍କ ଫାଇଲ ଫଟୋ

ପୁରୀ :ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ ଜାଲି ଛକରୁ ମିଳିଥିବା ମୁଣ୍ଡବିହୀନ ଯୁବକଙ୍କ ସହିତ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କର ଚେତା ଫେରିଛି। ଏବେ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ସେ କଥା କହିବାକୁ ଅସମର୍ଥ ଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ କି ଘଟଣା ସଂପର୍କରେ ଅଧିକ କିଛି ସୂଚନା ମିଳିପାରିନାହିଁ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ସଂଜୟ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଖୋଜା ଚାଲିଛି ବୋଲି ଶ୍ରୀ ନାୟକ କହିଛନ୍ତି। ଅସ୍ତରଙ୍ଗ ଥାନାର କନଷ୍ଟେବଳ ସନ୍ତୋଷ ରାୟଙ୍କ ପୁଅ ଉମାଶଙ୍କର ମୁଣ୍ଡବିହୀନ ଶବ ଗତ ୯ ତାରିଖରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍ ଜାଲି ଛକରୁ ମିଳିଥିଲା। ପାଖରେ ଭଙ୍ଗା ପଲସର୍‌ ଓ ଗୁରୁତର ଅବସ୍ଥାରେ ଜନୈକ ଯୁବତୀ ପଡ଼ିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯୁବତୀ ଜଣଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ମୃତ ଉମାଶଙ୍କରଙ୍କୁ ମୁଣ୍ଡବିହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଉମାଶଙ୍କରଙ୍କ ଶରୀରରୁ ଅଲଗା ହୋଇଯାଇଥିବା ମୁଣ୍ଡର ଆଜି ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥିବାବେଳେ ପୁଲିସ ଏହା ଏକ ଦୁର୍ଘଟଣା ବୋଲି କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe