ଜଳେଶ୍ୱର : ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାକାମ ଚାଲିଥିବା ବେଳେ ମିକ୍ସଚର ମେସିନରେ ଚାପି ହୋଇ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ବାଣିଦା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ କର୍ମଚାରୀ ମହେନ୍ଦ୍ର ଜେନା(୩୭)ଙ୍କ ଘର କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଆମ୍ବଗଡ଼ିଆ ଗାଁରେ। ସୂଚନା ଅନୁସାରେ, ରାସ୍ତାକାମ ଚାଲିଥିଲା ବେଳେ ପ୍ରାୟ ସାଢ଼େ ୧୧ଟା ପାଖାପାଖି ହଠାତ୍ ମିକ୍ସଚର ମେସିନଟି ଜାମ୍ ହୋଇଯାଇଥିଲା। ମହେନ୍ଦ୍ର ତ୍ରୁଟି ଲକ୍ଷ୍ୟ କରୁଥିବା ବେଳେ ମେସିନଟି ପୁଣି ଚାଲିବା ଆରମ୍ଭ କରିଥିଲା। ମେସିନର ଫିତା ବାଜି ତାଙ୍କ ମୁଣ୍ଡ ଦୁଇଫାଳ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପହଞ୍ଚି ନଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ।
ମିକ୍ସଚର ମେସିନରେ ଯୁବକଙ୍କ ପ୍ରାଣଗଲା
Advertisment
Follow Us