ହାତଗଣ୍ଠି ପଡିବା ପୂର୍ବରୁ ଆରପାରିକୁ ଚାଲିଗଲେ ଭାବି ସ୍ୱାମୀ, ଅମାନିଆ ଲୁହର ସାକ୍ଷୀ ରହିଲା ଶବ ଗୃହ

ହାତଗଣ୍ଠି ପଡିବା ପୂର୍ବରୁ ଆରପାରିକୁ ଚାଲିଗଲେ ଭାବି ସ୍ୱାମୀ, ଅମାନିଆ ଲୁହର ସାକ୍ଷୀ ରହିଲା ଶବ ଗୃହ

ଯାଜପୁର(ଅନୀଲ ପଣ୍ଡା): ହାତଗଣ୍ଠି ସିନା ପଡ଼ିନଥିଲା, ହେଲେ ମନ ତ ମିଶିଯାଇଥିଲା | ହୋମନିଆଁ ସିନା ସାକ୍ଷୀ ହୋଇନଥିଲେ, ହେଲେ ଦୁହେଁ ତ ପରସ୍ପରର ହୋଇସାରିଥିଲେ | ଠିକ ସେଥିପାଇଁ ତ ନିଜ ଭାବି ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ମୃତଦେହକୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ଭାବି ପତ୍ନୀ | ଯୁବତୀଙ୍କ ଭୋ ଭୋ କାନ୍ଦ ଆଜି ବ୍ୟାସନଗର ମେଡିକାଲର ଶବଗୃହରେ ଶୁଣିବାକୁ ମିଳିଛି | ଆଉ ବୋଲ ମାନୁନଥିବା ଲୁହ ଆଜି ସମସ୍ତଙ୍କୁ ନିରବ କରିଦେଇଛି | ଯାଜପୁର ଜିଲ୍ଲା କୋ‌ରେଇ ଥାନା ଆଳିଆ ଛକରେ ଆଜି ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ରାଉତପଦା ଅଞ୍ଚଳର ସଂଜୟ ସିଅଳ(୩୧)ଙ୍କ ମୃତ୍ୟୁ ହୋଇଯାଇଥିଲା | ସେ ଆଜି ପାଣିକୋଇଲି ଛକରୁ ନିଜ ଘରକୁ ଫେରୁଥିବାବେଳେ କୋରେଇ ଥାନା ଆଲିଆ ଛକଠାରେ ପଛ ପଟରୁ ଏକ ଅଜଣା ୧୦ ଚକିଆ ଗାଡି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁରରୋଡ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ତେବେ ଏହି ସମୟରେ ଜଣେ ଯୁବତୀ ସେଠାରେ ପହଞ୍ଚିଥିଲେ | ଆଉ ମୃତଦେହକୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ | କୁହାଯାଉଛି ଯେ ଉକ୍ତ ଯୁବତୀଙ୍କ ସହ ତାଙ୍କର ବାହାଘର ହେବାର ଥିଲା | ଆଉ କିଛିଦିନ ଯାଇଥିଲେ ସେମାନଙ୍କର ହାତଗଣ୍ଠି ପଡିଥାନ୍ତା | ହେଲେ ଏହା ପୂର୍ବରୁ ନିଜ ଭାବି ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଯୁବତୀ ଜଣକ ଭାଙ୍ଗିପଡିଥିଲେ | ସେ ଏୟାରଟେଲ ଡେବିଟ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିବାବେଳେ ତାଙ୍କ ବାପାଙ୍କ ୨ ବର୍ଷ ତଳେ ଦେହାନ୍ତ ହୋଇଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe