କବାଟବନ୍ଧ : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ରାଇଛନ୍ଦା(ଦଳେଇ ସାହି)ରେ ଜଣେ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଏହି ଗ୍ରାମର ବିଜୟ ଦଳେଇଙ୍କ ପୁଅ ସୁଦର୍ଶନ(୧୮) କାମ ସାରି ଘରକୁ ଫେରୁଥିବା ସମୟରେ ରାଇଛନ୍ଦା ଗ୍ରାମ ନିକଟରେ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଯାତ୍ରାପାର୍ଟି ଟେଣ୍ଟରୁ ଖସି ଯୁବକଙ୍କ ମୃତ୍ୟୁ
ପାଣିକୋଇଲି : କୋରେଇ ବ୍ଲକ୍ ଅନ୍ତର୍ଗତ ପାଣିକୋଇଲି ଗ୍ରାମ ବାଲିଦାଣ୍ଡ ସାହିର ବୋଧିରାମ ଜେନାଙ୍କ ପୁଅ ପ୍ରଦୀପ(୪୦)ଙ୍କର ଯାତ୍ରାପାର୍ଟି ଟେଣ୍ଟରୁ ଖସି ପଡ଼ି ମୃତ୍ୟୁ ହୋଇଛି। ପ୍ରଦୀପ ରାଜମହଲ ଯାତ୍ରା ପାର୍ଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପୁରୀ ନିମାପଡ଼ା ଠାରେ କାମ କରୁଥିବା ସମୟରେ ସେ ଭାରସାମ୍ୟ ହରାଇ ଟେଣ୍ଟରୁ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲ୍ ନିଆଯାଇଥିଲା। ସେଠାରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ମରଶରୀର ଅଣାଯାଇ ଗ୍ରାମଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ପ୍ରଦୀପଙ୍କର ଛୋଟଛୋଟ ଦୁଇଟି ପୁଅ ଅଛନ୍ତି।
Follow Us