ଗୋରୁ ମାଫିଆଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ଶବ ରଖି ରାସ୍ତା ଅବରୋଧ, ୫୦ ଲକ୍ଷ କ୍ଷତିପୂରଣ ଦାବି

Advertisment

ଗୋରୁ ମାଫିଆଙ୍କ ଆକ୍ରମଣରେ ମୃତ ତିହିଡ଼ି ବ୍ଲକ୍‌ କୁବେରା ପଞ୍ଚାୟତ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୬)ଙ୍କ ମୃତଦେହ ଆଜି ଅପରାହ୍‌ରେ ପହଞ୍ଚିବା ପରେ ଭଦ୍ରକ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହଜାର ହଜାର ଲୋକ ଶବ ରଖି ୧୬ ନମ୍ବର ଜାତୀୟ ରାଜପଥକୁ ନେହରୁ ଷ୍ଟାଡିୟମ୍‌....

ଗୋରୁ ମାଫିଆଙ୍କ ଆକ୍ରମଣରେ ମୃତ ତିହିଡ଼ି ବ୍ଲକ୍‌ କୁବେରା ପଞ୍ଚାୟତ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୬)ଙ୍କ ମୃତଦେହ ଆଜି ଅପରାହ୍‌ରେ ପହଞ୍ଚିବା ପରେ ଭଦ୍ରକ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହଜାର ହଜାର ଲୋକ ଶବ ରଖି ୧୬ ନମ୍ବର ଜାତୀୟ ରାଜପଥକୁ ନେହରୁ ଷ୍ଟାଡିୟମ୍‌....

Dead

ଭଦ୍ରକ: ଗୋରୁ ମାଫିଆଙ୍କ ଆକ୍ରମଣରେ ମୃତ ତିହିଡ଼ି ବ୍ଲକ୍‌ କୁବେରା ପଞ୍ଚାୟତ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୬)ଙ୍କ ମୃତଦେହ ଆଜି ଅପରାହ୍‌ରେ ପହଞ୍ଚିବା ପରେ ଭଦ୍ରକ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହଜାର ହଜାର ଲୋକ ଶବ ରଖି ୧୬ ନମ୍ବର ଜାତୀୟ ରାଜପଥକୁ ନେହରୁ ଷ୍ଟାଡିୟମ୍‌ ସମ୍ମୁଖରେ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

ସୂଚନା ମୁତାବକ, ଗତ ୩୦ ତାରିଖ ଦିନ ଗୋରୁ ଚାଲାଣ ବେଳେ କଷଟି ଗ୍ରାମର ଯୁବକମାନେ ପ୍ରତିବାଦ କରିଥିଲେ। ଖବର ପାଇ ସନ୍ତୋଷ ସେଠାରେ ପହଞ୍ଚି ଘଟଣାର ସମାଧାନ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଗୋରୁ ମାଫିଆଙ୍କ ସମର୍ଥକମାନେ ସନ୍ତୋଷଙ୍କ ମୁଣ୍ଡକୁ ଶକ୍ତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସନ୍ତୋଷଙ୍କ ୧୩ ଦିନ ଧରି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ବୁଧବାର ଅପରାହ୍ଣ ୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। 

୫୦ ଲକ୍ଷ କ୍ଷତିପୂରଣ ଦାବି
ଭଦ୍ରକରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ
୫୦ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୨୭ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଆଜି ଅପରାହ୍‌ଣ ପ୍ରାୟ ୫ଟା ବେଳେ ସନ୍ତୋଷଙ୍କ ଶବ ଭଦ୍ରକରେ ପହଞ୍ଚିବା ପରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଉତ୍ତ୍ୟକ୍ତ ଲୋକ ଶବ ରଖି ବନ୍ତ ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ, ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାଏକ, ଏସ୍‌ପି ମନୋଜ ରାଉତ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରାୟ ୩ ଘଣ୍ଟା ଆଲୋଚନା ପରେ ରାସ୍ତାରୋକ ହଟିଥିଲା। ଏନେଇ ଅଧିକ ଆଲୋଚନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ବେଳେ ଗ୍ରାମବାସୀ ବିଶାଳ ଶୋଭାଯାତ୍ରାରେ ଶବ ନେଇ କଷଟି ଅଭିମୁଖେ ଯାଇଥିଲେ।

ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ସକାଳ ୬ଟାରୁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି। ସେହିପରି ଭଦ୍ରକ ସମେତ ଧାମନଗର, ତିହିଡ଼ି ବ୍ଲକ୍‌ ଅଞ୍ଚଳରେ ପ୍ରାୟ ୨୭ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଭଦ୍ରକ, ବାଲେଶ୍ବର ଓ ବାରିପଦାରୁ ପ୍ରାୟ ୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ଭଦ୍ରକରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ମାମଲାରେ ପୁଲିସ ଏଯାଏଁ ୧୨ ଜଣଙ୍କୁ ଗିରଫ କରିଛି।  ସନ୍ତୋଷଙ୍କ ମୃତ୍ୟୁ ପରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିଥି‌ଲେ। ଏଥିସହ ସନ୍ତୋଷଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe