ସେଲ୍‌ଫି ନେଲା ଜୀବନ : ନାଗାବଳୀରେ ବୁଡ଼ିଗଲେ ଯୁବକ

Advertisment
ସେଲ୍‌ଫି ନେଲା ଜୀବନ : ନାଗାବଳୀରେ ବୁଡ଼ିଗଲେ ଯୁବକ

ରାୟଗଡ଼ା : ରାୟଗଡ଼ା ଝୁଲାପୋଲ ନିକଟ ନାଗାବଳୀ ନଦୀରେ ବୁଡ଼ି ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଯୁବକ ଜଣକ ନଦୀ କୂଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ସେଲ୍‌ଫି ନେବା ସମୟରେ ଭାରସାମ୍ୟ ହରାଇ ଭାସି ଯାଇଥିଲେ। ମୃତକ ଆନ୍ଧ୍ର ପ୍ରଦେଶ ବିଜୟନଗର ଜିଲ୍ଲା ଜିଲ୍ଲା ଏସ.କଟାମଣ୍ଡଳ ଅଞ୍ଚଳର ୱାଇ. ଶଙ୍କର ରାଓଙ୍କ ପୁଅ ଆର. ସାଇରାମ (୨୨) ବୋଲି ଜଣାପଡ଼ିଛି। ସେ ରାୟଗଡ଼ା ସ୍ଥିତ ଗେଜ୍ ଇଣ୍ଡିଆ ସଂସ୍ଥାରେ ନିଯୁକ୍ତି ପାଇଁ ତାଲିମ ନେଉଥିଲେ।

ସୂଚନା ଅନୁଯାୟୀ, ଗେଜ୍ ଇଣ୍ଡିଆ ସଂସ୍ଥାରେ ତାଲିମ ନେବାକୁ ଆନ୍ଧ୍ରର ୫ଜଣ ଯୁବକ ରାୟଗଡ଼ା ଆସିଥିଲେ। ଅପରାହ୍ନରେ ସେମାନେ ନାଗାବଳୀ ନଦୀ ନିକଟସ୍ଥ ଝୁଲାପୋଲ ବୁଲିବାକୁ ଯାଇଥିଲେ। ଏହାପରେ ସେମାନେ ନଦୀ କୂଳ‌କୁ ଯାଇ ମୋବାଇଲରେ ଫଟୋ ଉଠାଇବା ସମୟରେ ସାଇରାମ ଭାରସାମ୍ୟ ହରାଇ ନଦୀରେ ଭାସି ଯାଇଥିଲେ। ନିକଟରେ ଥିବା ସାଙ୍ଗମାନେ ନଦୀ ସ୍ରୋତରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ ବି ମୃତ୍ୟୁ ହୋଇଯାଇଥିବା ରାୟଗଡ଼ା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ଭାତ୍ରା ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଆଇଆଇସି ଶ୍ରୀ ଭାତ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe